Only for Entertainment

ସଲମାନଙ୍କ ଠାରୁ ମାତ୍ର ୯ ବର୍ଷ ବଡ ଏହି କଳାକାର, ‘ଭାରତ’ରେ କରିବେ ତାଙ୍କ ପିତାଙ୍କ ରୋଲ ।

zee news
0 52

ବ୍ରଦର୍ସ ଫିଲ୍ମରେ ଅକ୍ଷୟ କୁମାର ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ପିତା ଭୂମିକାରେ ନଜର ଆସିବା ପରେ ଜ୍ୟାକି ଶ୍ରଫ ଫିଲ୍ମ ‘ଭାରତ’ରେ ସଲମାନ ଖାନଙ୍କ ପିତା ଭୂମିକାରେ ନଜର ଆସିବେ । ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର କାହାଣୀ କୋରିୟନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ ।

ଫିଲ୍ମ ଓଡ ଟୁ ମାଇଁ ଫାଦରରେ ୧୯୫୦ ରୁ ଆରମ୍ଭ କରି ୨୦୧୪ ମଧ୍ୟର ସମୟକୁ ଦର୍ଶା ଯାଇଥିଲା । ଫିଲ୍ମ ଭାରତରେ ଏହିପରି କିଛି ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ଖାନଙ୍କ ଚରିତ୍ରକୁ ସ୍ୱାଧିନତା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତର ସମୟକୁ ପରଦାରେ ଦର୍ଶାଯିବ ।

ଫିଲ୍ମରେ ସଲମାନ ଖାନଙ୍କ ପିତାଙ୍କ ଭୂମିକାରେ ଜ୍ୟାକି ଶ୍ରଫ ନଜର ଆସିବେ । ସବୁଠାରୁ ବଡ କଥା ହେଉଛି ସଲମାନ ଜ୍ୟାକିଙ୍କ ଠାରୁ ମାତ୍ର ୯ ବର୍ଷ ସାନ । ପରଦାରେ ସଲମାନଙ୍କ ପିତା ଭୂମିକାରେ ଜ୍ୟାକିଙ୍କୁ ଲୋକେ କେତେ ପସନ୍ଦ କରିବେ ତାହା ଫିଲ୍ମ ରିଲିଜ ହେବା ପରେ ଜଣାପଡିବ ।

ଖବର ଅନୁସାରେ ଫିଲ୍ମରେ ବାପା ପୁଅର ଏକ ସୁନ୍ଦର କାହାଣୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଜ୍ୟାକିଙ୍କୁ ଶୁଣିବା ପରେ ଏହି ଫିଲ୍ମକୁ ସେ ସଙ୍ଗେ ସଙ୍ଗେ ସାଇନ କରିଥିଲେ । ବର୍ତ୍ତମାନ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇ ସାରିଛି । ରିପୋର୍ଟ ଅନୁସାରେ ଭାରତ ଟିମ ସହିତ ଜ୍ୟାକି ସେପ୍ଟେମ୍ବରରୁ ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More