Only for Entertainment

ସୁଟିଂ ନଥିଲେ ଟାଇଗରଙ୍କ ବାପା ଜ୍ୟାକି ଶ୍ରଫ କରନ୍ତି ଏହି କାମ !

35

ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଚର୍ଚ୍ଚାରେ ସବୁବେଳେ ରୁହନ୍ତି ନିଜ ଫିଲ୍ମ ପାଇଁ । ଜ୍ୟାକି ନିକଟରେ ରିଲିଜ ହୋଇଥିବା ଫିଲ୍ମ ଭାରତ ପାଇଁ ଏବେ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଜ୍ୟାକି ପ୍ରଭାସ ଷ୍ଟାରର ଆଗାମୀ ଫିଲ୍ମ ସାହୋ’ରେ ନଜର ଆସିବେ । ସେ କହିଛନ୍ତି ଯେ ଯେତେବେଳେ ସୁଟ ନଥାଏ ସେ ଘରେ ଚାଷ କରନ୍ତି । ସେ ଜାଣିଛନ୍ତି ଯେ ଦେଶ ଏବଂ ଦୁନିଆରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବାରେ ଲାଗିଛି , ଏହି କାରଣରୁ ସେ ପ୍ରକୃତିର ସୁରକ୍ଷା ପାଇଁ କିଛି ମାତ୍ରାରେ ନିଜ ପ୍ରୟାସ କରିଥାଆନ୍ତି ।

 

View this post on Instagram

 

Keep Mother Earth TOXIC Free

A post shared by Jackie Shroff (@apnabhidu) on

ଜ୍ୟାକି ଶ୍ରଫ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ କିଛି ସମୟରୁ ଏକ ବହି ପଢୁଛନ୍ତି ଯାହା ଗଛଲତା ଉପରେ ପର୍ଯ୍ୟବେଷିତ । ଏହି ବହି ତାଙ୍କୁ ତାଙ୍କ ବନ୍ଧୁ ଅଭିନେତ୍ରୀ ଡିମ୍ପଲ କପାଡିଆ ଉପହାରରେ ଦେଇଥିଲେ । ଏହାବ୍ୟତୀତ ତାଙ୍କର ଜଣେ ଉତ୍ତମ ବନ୍ଧୁ କମଳା ଏବଂ କଦଳୀର ବୀଜ ସିକ୍କିମରୁ ପଠାନ୍ତି ।

 

View this post on Instagram

 

Pathakha phod magar ek plant bhi paal… #HappyDiwali

A post shared by Jackie Shroff (@apnabhidu) on

ଜ୍ୟାକି କହିଛନ୍ତି ଯେ ନିଜ ପୁଅଙ୍କର କିଛି ଫିଲ୍ମ ବ୍ୟତୀତ ଅଧିକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହିକାରଣରୁ ସେ ଜାପାନର କ୍ଷେତ ସମ୍ବନ୍ଧିତ ଡଳ୍ୟୁମେଂଟ୍ରି ଦେଖନ୍ତି ଏବଂ ଏହାବ୍ୟତୀତ ଗଛ ସହ ଜଡିତ ଔଷଧୀୟ ବ୍ୟବହାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ପାଇଁ ପ୍ରୟାସ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More