Only for Entertainment

ଜ୍ୟାକିଙ୍କୁ କମଳା ପଠାନ୍ତି ଡ୍ୟାନି । ଅଭିନେତାଙ୍କ ଖୁଲାସା ।

60

ଡିଜିଟାଲ ଦୁନିଆରେ କିଏ ବା ପଛରେ ରହିବାକୁ ପସନ୍ଦ କରେ । ସମସ୍ତେ ଦୌଡ଼ୁଛନ୍ତି ଗୋଟିଏ ଜୋଶରେ । ଏହି କ୍ଷେତ୍ରରେ ବଲିଉଡ ଆକ୍ଟର ଜ୍ୟାକି ସ୍ରଫ ମଧ୍ୟ କିଛି କମ ନୁହଁନ୍ତି । ଅନ୍ୟ ହିରୋ ମାନଙ୍କ ଭଳି ଜ୍ୟାକି ସ୍ରଫ ଡିଜିଟାଲ ପ୍ଲାଟଫର୍ମରେ କାମ କରୁଛନ୍ତି । ସେ ଏବେ ୱେବସିରିଜ ପାଇଁ ସୁଟିଂ କରୁଛନ୍ତି ।

 

 

View this post on Instagram

 

Bhidu soil seva

A post shared by Jackie Shroff (@apnabhidu) on


ଜ୍ୟାକିଙ୍କ କହିବା ଅନୁସାରେ ସେ ଯେତେେବେଳ ସୁଟିଂ କରନଥାନ୍ତି ସେତେବେଳେ ସେ ଚାଷ କରନ୍ତି । ଏହା ପୂର୍ବରୁ ଜ୍ୟାକି ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଏକ ବହି ପଢୁଥିବାର ନଜର ଆସିଛି । ତେବେ ଚାଷ ବିଷୟରେ ଅଧିକ ଜାଣିବା ପାଇଁ ସେ ବହି ପଢନ୍ତି । ସେହି ବହିକୁ ତାଙ୍କ ସାଙ୍ଗ ଡିମ୍ପଲ କପାଡ଼ିଆ ଉପହାର ଦେଇଛନ୍ତି । ଏହା ବ୍ୟତୀତ ତାଙ୍କ ସାଙ୍ଗ ଡ୍ୟାନି ମଧ୍ୟ କଦଳୀ ଏବଂ କମଳା ମଂଜି ସିଧାସଳଖ ସିକ୍କିମରୁ ପଠାନ୍ତି ।

 

View this post on Instagram

 

Blessed to be with WAHEEDAJI on her birthday #03rdfeb

A post shared by Jackie Shroff (@apnabhidu) on

 

ଜ୍ୟାକି ଟାଇଗରଙ୍କ ଫିଲ୍ମ ବ୍ୟତୀତ ଅଧିକ କିଛି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ସେହି ସମୟରେ ସେ ଜାପାନିଜଙ୍କ ଚାଷ ସହିତ ଯଡ଼ିତ ଡଳ୍ୟୁମେଂଟ୍ରି ଦେଖନ୍ତି । ଏହା ବ୍ୟତୀତ ଗଛ ମାନଙ୍କ ସହିତ ଜଡ଼ିତ ଔଷଧକୁ ମଧ୍ୟ ଧ୍ୟାନ ଦିଅନ୍ତି । ତେବେ ଗଛକୁ ଜୀବନ ବୋଲି କୁହନ୍ତି ଜ୍ୟାକି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଏହି ଜ୍ୟାକିଙ୍କ ଫିଲ୍ମ ଭାରତ ରିଲିଜ ହୋଇଛି । ଯେଉଁଥିରେ ସଲମାନ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More