Only for Entertainment

ଜ୍ୟାକଲିନ ଫର୍ଣ୍ଣାଡିଜ ନିଜ ମେକ ଅପ ଆର୍ଟିଷ୍ଟକୁ ଗିଫ୍ଟରେ ଦେଲେ ବ୍ରାଣ୍ଡ ନ୍ୟୁ କାର ।

bollywood tadka
0 41

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ନିକଟରେ ନିଜ ମେକ ଅପ ଆର୍ଟିଷ୍ଟ ଶାନ୍ଙ୍କୁ ଏକ ବ୍ରାଣ୍ଡ ନ୍ୟୁ କାର ଗିଫ୍ଟରେ ଦେଇଛନ୍ତି । ବାସ୍ତବରେ ଶାନଙ୍କ ୩୪ ତମ ଜନ୍ମ ଦିନରେ ଜ୍ୟାକ ତାଙ୍କୁ ଏଭଳି ଏକ ଗିଫ୍ଟ ଦେଇ ସ୍ମରଣୀୟ କରି ଦେଇଛନ୍ତି ।
ଜ୍ୟାକଲିନ ଗତ କିଛି ବର୍ଷ ହେବ ଶାନଙ୍କ ସହିତ କାମ କରୁଛନ୍ତି ଏବଂ ସେ ତାଙ୍କ ଟିମକୁ ଏକ ପରିବାର ଭଳି ଦେଖନ୍ତି । ଶାନ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି ।

 


ଜ୍ୟାକଲିନ ମଧ୍ୟ ସୋସିଆଲ ସାଇଟରେ ଖୁବ ସକ୍ରିୟ ରହିଥାନ୍ତି ଏବଂ ଅଧିକାଂଶ ସମୟ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ତାଙ୍କ ଚୁଲବୁଲି ବ୍ୟବହାରରେ ସେ ଲୋକଙ୍କୁ ଦିୱାନୀ କରିଛନ୍ତି ।
ଖୁବ ଶୀଘ୍ର ଜ୍ୟାକଲିନ ରେସ ଥ୍ରି ଏବଂ କିକ ଟୁରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More