Only for Entertainment

ରିଲିଜ ହେଲା ଜ୍ୟାକଲିନଙ୍କ ପ୍ରଥମ ହଲିଉଡ ହରର ଫିଲ୍ମ ‘ଡେଫିନିସନ ଅଫ ଫିୟରର ଟ୍ରେଲର’ ।

Bloody Disgusting
0 36

ବଲିଉଡରେ ଜ୍ୟାକଲିନ ଖୁବ ନାମ କମାଇଛନ୍ତି । ଏକ ଭଲ ଅଭିନେତ୍ରୀ ଭାବରେ ସେ ଲୋକଙ୍କର ଭଲପାଇବା ସାଉଁଟି ପାରିଛନ୍ତି । ଏହା ସହିତ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରି ପାରିଛନ୍ତି । ତେବେ ନିକଟରେ ତାଙ୍କର ରେସ ଥ୍ରି ରିଲିଜ ହୋଇଥିଲା । ଏହା ଗୋଟିଏ ସପ୍ତାହରେ ୧୦୦ କୋଟି ଅତିକ୍ରମ କରିସାରିଛି । ତେବେ ଫିଲ୍ମରେ ସେ ଖୁବ ପରିଶ୍ରମ କରିଥିବା ସୂଚନା ମିଳିଛି । କାରଣ ସେ ତାଙ୍କର ପ୍ରତ୍ୟେକଟି ଅଭିନୟକୂ ଜୀବନ୍ତ କରିବାକୁ ଚାହାଁନ୍ତି । ତେବେ ଫିଲ୍ମ ରିଲିଜ ପରେ ଜ୍ୟାକଳିନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ।

କେବଳ ବଳିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ ପାଇଁ ସେ ପ୍ରୟାସ ଆରମ୍ଭ କରି ସାରିଛନ୍ତି । ରେସ ଥ୍ରିର ରିଲିଜ ପରେ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ନାମ ହେଉଛି ଡେଫିନିସନ ଅଫ ଫିୟର । ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଜ୍ୟାକଲିନ । ଅବଶ୍ୟ ଫିଲ୍ମର ସୁଟିଂ ୩ ବର୍ଷ ପୂର୍ବରୁ ଶେଷ ହୋଇଥିଲା ଏବଂ କେତେକ ଫିଲ୍ମ ଫେଷ୍ଟଭାଲରେ ଏହି ଫିଲ୍ମକୁ ପ୍ରଦର୍ଶନ କରାଯାଇଥିଲା । ତେବେ ଭାରତରେ ଏହି ଫିଲ୍ମ ଅଗଷ୍ଟ ମାସରେ ରିଲିଜ ହେବ ବୋଳି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More