Only for Entertainment

ବହରିନ ପ୍ରିନ୍ସଙ୍କ ସହିତ ଥିଲା ଜ୍ୟାକଲିନଙ୍କ ଆଫେୟର, ସାଜିଦ ଖାନଙ୍କ ପାଇଁ ହୋଇଥିଲା ବ୍ରେକଅପ ।

Indiawest
0 41

ବଲିଉଡର ଚଲବୁଲି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଖୁବ କମ ସମୟରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଜ୍ୟାକଲିନଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ରେ ବହରିନ ଦେଶରେ ହୋଇଥିଲା । ବହରିନ ଦେଶରେ ଜନ୍ମ ହୋଇଥିବା ଜ୍ୟାକଲିନ ୨୦୦୬ରେ ମିସ ଶ୍ରୀଲଙ୍କା ୟୁନିଭର୍ସ ମଧ୍ୟ ହୋଇଛନ୍ତି । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାରେ ମ୍ୟୁଜିସିୟନ ଅଛନ୍ତି ଏବଂ ସେ ଶ୍ରୀଲଙ୍କାର ମୂଳ ବାସିନ୍ଦା । ଅନ୍ୟପକ୍ଷରେ ତାଙ୍କ ମା’ ମାଲେସିଆର ମୂଳ ବାସିନ୍ଦା । ଜ୍ୟାକଲିନଙ୍କ ମା ପେଶାରେ ଜଣେ ଏୟାର ହୋଷ୍ଟେସ ଥିଲେ । ଚାରି ଭାଇ ଭଉଣୀ ମଧ୍ୟରେ ଜ୍ୟାକଲିନ ସବୁଠାରୁ ସାନ । ବହରିନରେ ସେ କେବଳ ୧୪ ବର୍ଷ ବୟସରେ ଏକ କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ ।

jacklin

ଛୋଟ ବେଳୁ ଅଭିନେତ୍ରୀ ହେବାର ଆଶା ଥିବାରୁ ସେ ଜନ ସ୍କୁଲ ଅଫ ଆକ୍ଟିଂରେ କିଛି ସମୟ ପାଇଁ ଟ୍ରେନିଂ ନେଇଥିଲେ । ପଢାପୁରା ହେବାପରେ ସେ ଶ୍ରୀଲଙ୍କାରେ ଟିଭିନ ରିପୋର୍ଟର ଭାବେ କାମ କରୁଥିଲେ । ଏହା ପରେ ସେ ମଡେଲିଂ କରିବା ଆରମ୍ଭ କରି ଦେଇଥିଲେ । ୨୦୦୯ରେ ଏକ ମଡେଲିଂ ପ୍ରୋଜେକ୍ଟ ପାଇଁ ସେ ଭାରତ ଆସିଥିଲେ । ଭାରତ ଆସିବା ପରେ ସେ ନିର୍ଦ୍ଦେଶକ ସୁଜାୟ ଘୋଷଙ୍କ ଫ୍ୟାଣ୍ଟାସୀ ଡ୍ରାମା ‘ଅଲାଦୀନ’ ପାଇଁ ଅଡିସନ ଦେଇଥିଲେ ଏବଂ ସିଲେକ୍ଟ ମଧ୍ୟ ହୋଇଥିଲେ । ପ୍ରଥମ ଫିଲ୍ମରେ ଜ୍ୟାକଲିନଙ୍କୁ ଅମିତାଭ ବଚ୍ଚନ ଏବଂ ରିତେଶ ଦେଶମୁଖଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।

ତେବେ ଜ୍ୟାକଲିଙ୍କ ଫିଲ୍ମ ‘ମର୍ଡର-୨’ ହିଟ ହେବା ପରେ ସମସ୍ତ ତାଙ୍କୁ ଜାଣିବାକୁ ଲାଗିଲେ । ଏହା ପରେ ଅନେକ ବଲିଉଡ ଫିଲ୍ମରେ ନଜର ଆସିଛନ୍ତି । ସବୁଠାରୁ ବଡ କଥା ହେଉଛି ସଲମାନ ଖାନଙ୍କ କିକ୍ ସଫଳ ହେବା ପରେ ସଲମାନ ଜ୍ୟାକଲିନଙ୍କୁ ବାନ୍ଦ୍ରାରେ ଏକ ୩ ବିଏଚକେ ଫ୍ଲାଟ ଗିଫ୍ଟ କରିଥିଲେ ।

jacqueline-fernandez_1533924347

ଜ୍ୟାକଲିନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଜ୍ୟାକଲିନ ପ୍ରଥମେ ବହରିନର ପ୍ରିନ୍ସ ହସନ ବିନ ରାଶିଦ ଅଲୀ ଖଲିଫାଙ୍କୁ ଡେଟ କରୁଥିଲେ । ତେବେ ଫିଲ୍ମ ‘ହାଉସଫୁଲ-୨’ ମିଳିବା ପରେ ଜ୍ୟାକଲିନଙ୍କ ବ୍ରେକଅପ ହୋଇଯାଇଥିଲା । ଏହାର କାରଣ ଥିଲେ ନିର୍ଦ୍ଦେଶକ ସାଜିଦ ଖାନ । ଏହା ପରେ ସାଜିଦ ଏବଂ ଜ୍ୟାକଲିନଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହା ବେଶୀ ଦିନ ଚାଲିପାରିଲା ନାହିଁ । ୨୦୧୩ରେ ଦୁହିଁଙ୍କର ବ୍ରେକ ଅଫ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More