Only for Entertainment

ବିଳମ୍ବ ରାତିରେ ମଧ୍ୟ ନିଜ ପ୍ରିୟ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିନପାରି ଏଭଳି କାମ କଲେ ଜ୍ୟାକଲିନ ।

bollywood tadka
31

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ନୈନତାଲରେ ଏକ ୱେବସିରିଜରେ ବ୍ୟସ୍ତ ଅଛନ୍ତି । ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଜ୍ୟାକଲିନ ତାଙ୍କ ବନ୍ଧୁ ମାନଙ୍କ ସହିତ ମୋମୋଜ ଖାଉଥିବାର ନଜର ଆସିଛନ୍ତି । ଭିଡ଼ିଓରେ ଜ୍ୟାକଲିନ ତାଙ୍କ ମୁହଁକୁ ସ୍କାର୍ଫରେ ଲୁଚାଉ ଥିବାର ମଧ୍ୟ ଦେଖିବାକୁ ମିଳିଛି । ଜ୍ୟାକଲିନ ସାଙ୍ଗ ମାନଙ୍କ ସହିତ ନୈନତାଲ ମଧ୍ୟ ବୁଲୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

A little MoMo adventure in Nainital ?? with these cuties!! #postshootmuchies

A post shared by Jacqueline Fernandez (@jacquelinef143) on


ବାସ୍ତବରେ ବଜାରରେ ଟୁରିଷ୍ଟଙ୍କର ଖୁବ ଭିଡ଼ ଜମିଛି । ଏହି ମଧ୍ୟରେ କେହି ଜ୍ୟାକଲିନଙ୍କୁ ଚିହ୍ନି ନ ଦେଉ ସେଥିପାଇଁ ସେ ସ୍କାର୍ଫରେ ମୁହଁ ଲୁଚାଉଥିଲେ । ତେବେ ଜ୍ୟାକଲିନଙ୍କ ଫଟୋ ଏବଂ ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି ।

ଭିଡ଼ିଓ ଦେଖିବା ପରେ ଅଭିନେତ୍ରୀ ଉର୍ବସୀ ରୌତେଲ କମେଂଟ କରିବାକୁ ଭୁଲି ନାହାଁନ୍ତି । ସେ କମେଂଟରେ ଲେଖିଛନ୍ତିଯେ ଏହା ମୋର ପ୍ରିୟ ସ୍ଥାନ, ମୋ ପାଇଁ ମଧ୍ୟ ମୋମୋଜ ଏବଂ ନୁଡୁଲସ ଆଣିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More