Only for Entertainment

ହସି ହସି ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଁଚିଲେ ଜ୍ୟାକଲିନ, ହେଲେ ସୋସିଆଲ ମିଡିଆରେ ଟ୍ରୋଲ

AajTak
0 61

ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ମୁମ୍ବାଇର ସେଲିବ୍ରେସନ ସ୍ପୋର୍ଟସ୍ କ୍ଲବରେ ରଖାଯାଇଥିବା ଶ୍ରଦ୍ଧାଞ୍ଜଳୀ ସଭାରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଅନେକ ସିନେ ତାରକା ପହଁଚିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜ୍ୟାକଲିଜ ଫର୍ଣ୍ଣାଡିଜ ମଧ୍ୟ ନଜର ଆସିଥିଲେ । କ୍ଲବରେ ପ୍ରବେଶ କରିବା ସମୟର ଜ୍ୟାକଲିନଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଜ୍ୟାକଲିନ ହସୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ତାଙ୍କର ନିନ୍ଦା କରିବା ସହିତ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି । ସୋସିଆଲ ମିଡିଆରେ ଲୋକ ତାଙ୍କୁ କହିଛନ୍ତି ଏପରି ପରିସ୍ଥିତିରେ ହସିବା ବଦଳରେ ତାଙ୍କୁ ଦୁଃଖ ପ୍ରକଟ କରିବା ଉଚିଚ ।

ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ‘ପ୍ରିୟ ଜ୍ୟାକଲିନ ଯଦି ଆପଣ ଜଣେ ପରଲୋକରେ ଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ ପ୍ରକଟ କରିପାରିବେ ନାହିଁ ତେବେ ଆପଣ ଏପରି ସ୍ଥାନକୁ ନ ଯିବା ଉଚିତ ।’ ସେହିପରି ଅନ୍ୟ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଜ୍ୟାକଲିନଙ୍କୁ ଲାଜ ଲାଗିବା କଥା ।

tweet

tweet1

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More