Only for Entertainment

‘ରେସ-୩’ର ସୁଟିଂ ସମୟରେ ଜ୍ୟାକଲିନଙ୍କ ଆଖିରେ ଲାଗିଥିଲା ଆଘାତ, ହୋଇପାରିବନି ପୂର୍ବ ପରି ଠିକ

India tv news
0 36

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ନିଜର ଆଗାମୀ ଫିଲ୍ମ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଦର୍ଶକଙ୍କୁ ଅନେକ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ଅଧିକାଂଶ ଆକ୍ସନ ସିନ ଷ୍ଟାରମାନେ ନିଜେ କରିଥିବା ଶୁଣିବାକୁ ମିଳିଛି । ତେବେ ଏହି ଆକ୍ସନ ସିନର ସୁଟିଂ ସମୟରେ ଜ୍ୟାକଲିନ ଆହତ ମଧ୍ୟ ହୋଇଥିଲେ । ଖବର ଅନୁସାରେ ଆବୁଧାବିରେ ଫିଲ୍ମର ସୁଟିଂ ସମୟରେ ଜ୍ୟାକଲିନଙ୍କ ଆଖିରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା ଏବଂ ଚିକିତ୍ସା କରାଯାଇଥିଲା । କିନ୍ତୁ ଆଖିରେ ଲାଗିଥିବା ଏହି ଆଘାତ ପରେ ତାଙ୍କ ଆଖି ଆଉ ପୂର୍ବ ପରି ଠିକ ହୋଇପାରିବ ନାହିଁ ।

ନିକଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ତାଙ୍କ ଆଖିକୁ ନିକଟରେ ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପସନରେ ଜ୍ୟାକଲିନ ଲେଖିଥିଲେ ‘ଏହି ଆଘାତ ସବୁଦିନ ପାଇଁ ରହିବ । ମୋ ଆଖିର ଡୋଳା ଆଉ ଗୋଲ ହୋଇପାରିବ ନାହିଁ । କିନ୍ତୁ ଧନ୍ୟବାଦ ମୁଁ ସବୁ ଦେଖିପାରୁଛି । ରେସ-୩ର ସୃତି ।’

ଜ୍ୟାକଲିନଙ୍କ ଅଭିନୀତ ଏହି ଫିଲ୍ମ ୧୫ ଜୁନରେ ରିଲିଜ ହେବ । ଫିଲ୍ମରେ ଅନେକ ଷ୍ଟାର ମାନଙ୍କୁ ଏକା ସହିତ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ଖାନ ଲିଡ ରୋଲରେ ନଜର ଆସିବେ । ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର କିଛି ଦିନ ପୂର୍ବେ ଲଂଚ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More