Only for Entertainment

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ! କଡା କଟକଣା ସତ୍ୱେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଛାଡିଲେ ଯୁଗଳ କିଶୋର

the sun times
0 63

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । କଡା କଟକଣା ସତ୍ୱେ ଶ୍ରୀମନ୍ଦିର ଭିତର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁଗଳ କିଶୋର ବୈଷ୍ଣବ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ଭାଇରାଲ କରିଛନ୍ତି । ତେବେ କଡା କଟକଣା ସତ୍ୱେ ଶ୍ରୀମନ୍ଦିର ଭିତର ଫଟୋ କିଭଳି ବାରମ୍ବାର ଭାଇରାଲ ହେଉଛି , ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ଫେସବୁକରେ ଭାଇରାଲ ହୋଇଥିଲା ପୁରୀ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ । ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ବେଳେ ଏଏସଆଇର ଗର୍ଭଗୃହ ଅନୁଧ୍ୟାନ ସମୟର ଫଟୋ ବୋଲି ଅନୁମାନ କରାଯାଉଛି । ପ୍ରତିବର୍ଷ ରଥଯାତ୍ରା ବେଳେ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହୋଇଥାଏ । ଏଏସଆଇ ଓ ଅନ୍ୟ ସଂସ୍ଥା ରଥଯାତ୍ରା ସମୟରେ ଗର୍ଭଗୃହର ଅନୁଧ୍ୟାନ କରିଥାନ୍ତି ।

ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଖପ୍ପା ହୋଇଥିଲେ ସେବାୟତ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ମାନେ ଦାବି କରିଥିଲେ । ଏଏସଆଇ ଟିମର ଗର୍ଭଗୃହ ଅନୁଧ୍ୟାନ ପୂର୍ବରୁ ସର୍ଭେ ପାଇଁ ଆସିଥିବା ସଦାନନ୍ଦ ସଦାନନ୍ଦ ଶର୍ମା ଗର୍ଭଗୃହ ଫଟୋକୁ ନିଜ ଫେସବୁକ ଆକାଉଂଟରେ ପୋଷ୍ଟ କରିଥିଲେ । ତେବେ ଏନେଇ ଥିବା କଟକଣା ସଂପର୍କରେ ସେ ଅନଭିଜ୍ଞ ଥିଲେ ଏବଂ ଫଟୋ ଭାଇରାଲ ହେବା ପରେ ଏକ ଇମେଲ ଜରିଆରେ ସେ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ପ୍ରାର୍ଥନା କରରିଥିଲେ ।

ପୂର୍ବରୁ ମଧ୍ୟ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । । ଏମିତି କି ଗୁଣ୍ଡିଚା ମନ୍ଦିରର ରତ୍ନସିଂହାସନରେ ବିଜେ ମହାବାହୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ତେବେ ଏହି ଘଟଣା ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More