‘ପାକିସ୍ତାନ ମୁର୍ଦାବାଦ….’ କହିଲେ ଏଠାରେ ମିଳିଥାଏ ଚିକେନ ଲେଗ ପିସ ଉପରେ ୧୦ ଟଙ୍କା ଡିସକାଉଣ୍ଟ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ରେ ୪୦ ଜବାନ ସହିଦ ହେବା ପରେ ପୂରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଯାଇଛି । ପାକିସ୍ତାନ ଟାରୁ ପ୍ରତିଶୋଧ ନେବା ପାଇଁ ପୂରା ଦେଶରେ ଦାବି ଜୋର ଧରିଛି । ଦେଶବାସୀ ସହିଜଙ୍କୁ ନିଜ ନିଜ ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ପାକିସ୍ତାନ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି । ଇତି ମଧ୍ୟରେ ଛତିଶଗଡର ଜଗଦଲପୁର ଠାରେ ଜଣେ ଫୁଡ ଷ୍ଟଲ ଦୋକାନୀ ଏପରି କିଛି ଅଫର ଦେଉଛନ୍ତି ଯାହାକୁ ନେଇ ସବୁଠାରେ ଚର୍ଚ୍ଚା ହେଉଛି ।
ଜବଗଦଲପୁରର ରୋଡ ପାଖରେ ଫୁଡ ଷ୍ଟଲ ଲଗାଇ ଥିବା ଦୋକାନୀ ଅଞ୍ଜଲ ସିଂ ପାକିସ୍ତାନ ମୁର୍ଦାବାଦ ନାରା ଲଗାଇବା ପରେ ଚିକେନ ଲେଗ ପିସ ଉପରେ ୧୦ ଟଙ୍କା ଡିସକାଉଣ୍ଟ ଦେଉଛନ୍ତି ।
କହିରଖୁଛୁ ଯେ, ଅଂଜଲଙ୍କ ଫୁଡ ଷ୍ଟଲର ନାମ ରହିଛି ଝଟକା ଚିକେନ ତନ୍ଦୁରୀ । ଏବଂ ତାଙ୍କ ଦୋକାନରେ ଚିକେନର ସବୁ ଡିସ ମିଳିଥାଏ । ଲୋକେ ତାଙ୍କୁ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ତେବେ ଦେକାନରେ ଡିସକାଉଣ୍ଟ ରଖିବା ଫଳରେ ସେ କେବଳ ଜଗଦଲପୁରରେ ନୁହେଁ ବରଂ ପୂରା ଦେଶରେ ପପୁଲାର ହୋଇଯାଇଛନ୍ତି । ଫେସବୁକ, ଟ୍ୱିଟର ଏବଂ ହ୍ୱାଟସଆପରେ ତାଙ୍କର ଏହି ପାକି ସ୍ତାନ ମୁର୍ଦାବାଦ ଲେଖା ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ପୋଷ୍ଟରକୁ ଖୁବ ସେୟାର କରିବାରେ ଲାଗିଛନ୍ତି ।
ଏନଆଇକୁ ଦେଇ ଥିବା ଇ ଣ୍ଟରଭ୍ୟୁରେ ଅଂଜଲ ସିଂ କହିଛନ୍ତି, ‘ପାକିସ୍ତାନ କୌଣସି ମନବିକତାକୁ ମହତ୍ୱ ଦେଇନଥାଏ ଏବଂ ଭବିଷ୍ୟତରେ ଦେବନାହିଁ । ସେଥିପାଇଁ ସମସ୍ତ ପାକିସ୍ତାନ ମୁର୍ଦାବାଦ କହିବା ଦରକାର । ’ ଏହି ଟ୍ୱିଟକୁ ୫୨୮ ଲାଇକ୍ସ ଏବଂ ୧୬୧ ରି-ଟ୍ୱିଟ କରିଛନ୍ତି ।