Only for Entertainment

ଏହି ଫିଲ୍ମର ସିକ୍ୱେଲରେ ନଜର ଆସିବେ ଜାହ୍ନବୀ କପୁର ।

youtube
0 32

ନିଜର ପ୍ରଥମ ସିନେମା ‘ଧଡକ୍‌’ରେ ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ଏଥିପାଇଁ ଜଣାଶୁଣା ନିର୍ମାତା ବୋନି କପୁର ଓ ଦିଂବଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର ଆଜିକାଲି ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି। ହଁ ସେ ନିଜର ଡେବ୍ୟୁ ଫିଲ୍ମ‘ଧଡକ୍‌’ରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଛନ୍ତି।

ଶଶାଙ୍କ ଶୈତାନଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଇଶାନ୍‌ ଖଟ୍ଟରଙ୍କ ବିପକ୍ଷରେ ନଜର ଆସିଛନ୍ତି ଜାହ୍ନବୀ କପୁର। ଏହା ମରାଠୀ ସିନେମା ‘ସୈରାଟ୍‌’ର ରିମେକ୍‌।  ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀଙ୍କ ପ୍ରଥମ ସିନେମା‘ଧଡକ୍‌’ ସୁପରହିଟ୍‌ ହୋଇଛି।
ଏହାପରେ ଜାହ୍ନବୀ କପୁରଙ୍କୁ ପୁଣି ପ୍ରଯୋଜକ କରଣ ଜୋହର ତାଙ୍କର ନୂଆ ସିନେମା ‘ତଖ୍‌ତ’ରେ ମଧ୍ୟ ନେଇଛନ୍ତି।ଏହି ଫିଲ୍ମରେ ଜାହ୍ନବୀ ଅନୀଲ କପୁର,ରଣବୀର ସିଂହ, ଭିକି କୌଶଲ୍‌ ଓ କରିନା କପୁର ଖାନ୍‌ ପ୍ରମୁଖଙ୍କ ସହିତ ଅଭିନୟ କରିବେ। ଏହା ମୁଗଲ ଶାସକ ଔରଙ୍ଗଜେବ୍‌ ଏବଂ ତାଙ୍କ ଭାଇଙ୍କ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ଏଥିରେ ଏକ ଦମଦାର୍‌ ଚରିତ୍ର ପାଇଛନ୍ତି ଜାହ୍ନବୀ କପୁର ।

ହେଲେ ଏବେ ଆଉ ଏକ ଚମକପ୍ରଦ ଖବର ବି ଅଛି। ତାହା ହେଲା ଯେ ଜାହ୍ନବୀ କପୁର ଏକ ବ୍ଲକ୍‌ବଷ୍ଟର୍‌ ମୁଭିର ସିକ୍ୱେଲ୍‌ରେ ହିରୋଇନ୍‌ ହେବେ। ଏବେ ଆପଣମାନେ ଜାଣିବାକୁ ଚାହିଁବେ,ଏହି ଫିଲ୍ମଟି କାହାର ସିକ୍ୱେଲ୍‌।୨୦୦୮ରେ ପରଦାକୁ ଆସିଥିଲା ‘ଦୋସ୍ତାନା’। ଏଥିରେ ଜନ୍‌ ଆବ୍ରାହମ୍‌,ଅଭିଷେକ ବଚ୍ଚନ,ପ୍ରିୟଙ୍କା ଚୋପ୍ରା ଓ ବବି ଦେଓଲ୍‌ ଲିଡ ରୋଲ୍‌ରେ ଥିଲେ। ଏଡି ଫିଲ୍ମର ସିକ୍ୱେଲ୍‌‘ଦୋସ୍ତାନା-୨’ ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଯିବ। ଏଥିରେ ପ୍ରିୟଙ୍କା ଚୋପ୍ରା ନିଭାଇଥିବା ଭୂମିକାରେ ନିଆଯାଇଛି।

‘ଦୋସ୍ତାନା’ଦୁଇ ସମଲିଙ୍ଗୀ ଭୂମିକା ନିଭାଇ ଚର୍ଚ୍ଚାରେ ଥିଲେ ଅଭିଷେକ ଓ ଜନ୍‌। ହେଲେ ଏଥର ଏ ଦୁହିଁଙ୍କୁ ‘ଦୋସ୍ତାନା-୨’ରେ ଦେଖିବାକୁ ମିଳି ନାହିଁ। ‘ଦୋସ୍ତାନା-୨’ରେ ସିଦ୍ଧାର୍ଥ ମାଲହୋତ୍ରା ନାୟକ ଭୂମିକା ନିଭାଇବେ। ଅନ୍ୟ ଜଣେ ହିରୋଙ୍କ ସନ୍ଧାନ ଜାରି ରହିଛି। ‘ଦୋସ୍ତାନା-୨’ର ନିର୍ଦ୍ଦେଶନା ଦେବେ ‘ଦୋସ୍ତାନା’ର ନିର୍ଦ୍ଦେଶକ ତରୁଣ ମନସୁଖାନୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More