Only for Entertainment

ହ୍ୟାଲୋ ମାଗାଜିନ ପାଇଁ ଫଟୋସୁଟ କରାଇଲେ ଜାହ୍ନବୀ, ଡିଜାଇନର ମନୀଷ ଶେୟାର କଲେ ଭିଡ଼ଓ ।

instagram
30

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ପୂର୍ବ ବର୍ଷ ଧଡକ ଫିଲ୍ମରେ ଡେବ୍ୟୁ କରିଥିଲେ । ଫିଲ୍ମରେ ନିଜ ଅଭିନୟ ଦ୍ୱାରା ଲୋକଙ୍କୁ ଖୁବ ପ୍ରଭାବିତ କରିଥିଲେ । ଜାହ୍ନବୀ ନିକଟରେ ହାଲୋ ମାଗାଜିନ କଭର ପାଇଁ ଫଟୋସୁଟ କରାଇଛନ୍ତି । ମାଗାଜିନ କଭର ଉପରେ ଜାହ୍ନବୀ ଷ୍ଟ୍ରେପଲେସ ରେଡ କଲର ଡ୍ରେସ ପିନ୍ଧିଥିଲେ, ଯାହାର ନେକଲାଇନ ଡିପ ଅଛି । ନିଜର ଏହି ଲୁକ ରେ ଫ୍ୟାନ୍ସମାନଙ୍କ ମନ କିଣି ନେଇଛନ୍ତି ।

ତାଙ୍କର ଏହି ଫଟୋକୁ ମନିଷ ମଲହୋତ୍ରା ଶେୟାର କରିଛନ୍ତି । ଏହି ଫଟୋସୁଟ ପାଇଁ ମନିଷଙ୍କ ଡିଜାଇନ ହୋଇଥିବା ଡ୍ରେସ ପିନ୍ଧିଛନ୍ତି ଜାହ୍ନବୀ । ଏହାସହ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।

 

View this post on Instagram

 

#stunner @janhvikapoor in #manishmalhotralabel @hellomagindia @ruchikamehta05 @mmalhotraworld

A post shared by Manish Malhotra (@manishmalhotra05) on

ଜାହ୍ନବୀଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଇଏଏଫ ଗୁଂଜନ ସକସେନାଙ୍କ ବାୟୋପିକରେ ନଜର ଆସିବେ । ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ନଜର ଆସିବେ ସାଉଥ ସୁପରଷ୍ଟାର ଦଲକିର ସଲମାନ । ଏହାବ୍ୟତୀତ ସେ ଷ୍ଟାରର ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହି ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ କରୀନା କପୁର ଖାନ, ରଣବୀର ସିଂ, ବିକ୍କି କୌଶଲ, ଆଲିୟା ଭଟ୍ଟ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More