Only for Entertainment

ଖୁବଶୀଘ୍ର ପରଦାରେ ନଜର ଆସିବ ବରୁଣ-ଜାହ୍ନବୀଙ୍କ ଯୋଡି ।

Lifeberrys
42

ନବାଗତା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଖୁସି ଖବର । ଶୁବଶୀଘ୍ର ଜାହ୍ନବୀ ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ତାଙ୍କ ବିପକ୍ଷରେ ପ୍ରଥମ କରି ଅଭିନେତା ବରୁଣ ଧାୱନଙ୍କୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ଟାଇଟଲ ପ୍ରସ୍ତୁତ ହୋଇନଥିବାବେଳେ ଫିଲ୍ମର ମୁଖ୍ୟ କଳାକାର ଭାବେ ଜାହ୍ନବୀ-ବରୁଣଙ୍କୁ ଫାଇନାଲ କରିଛନ୍ତି ଶଶାଙ୍କ । ସେମାନେ ମଧ୍ୟ ଏହି ନୂଆ ଫିଲ୍ମରେ କାମ କରିବା ପାଇଁ ରାଜି ହୋଇଛନ୍ତି । ବରୁଣ ବର୍ତ୍ତମାନ ନିର୍ଦ୍ଦେଶକ ଅଭିଷେକ ବର୍ମନଙ୍କ ଫିଲ୍ମ ‘କଳଙ୍କ’ ସୁଟିଂରେ ବ୍ୟସ୍ତ ଅଛନ୍ତି ।ଶଶାଙ୍କ ତାଙ୍କ ଫିଲ୍ମ ‘ରଣଭୂମି’ର ସୁଟିଂ ପରେ ବରୁଣ-ଜାହ୍ନବୀଙ୍କ ସହ ସୁଟିଂ ଆରମ୍ଭ କରିବାକୁ ନଷ୍ପତ୍ତି ନେଇଥିବା ଜଣା ପଡିଛି । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ହେବ ବୋଲି ଶଶାଙ୍କ କହିଛନ୍ତି ।

ଏହାଛଡା ଜାହ୍ନବୀଙ୍କୁ କରନ ଜୋହରଙ୍କ ଫିଲ୍ମ “ତଖତ’ରେ ଦେଖିବାକୁ ମିଳିବ । ସେହିପରି ପ୍ରଥମ କରି ବରୁଣଙ୍କ ବିପକ୍ଷରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବିସିଡିର ସିକ୍ୟୁଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More