Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ସାଧାରଣ ବ୍ୟକ୍ତିଙ୍କ ପରି ମେଟ୍ରୋରେ କଲେ ଯାତ୍ରା, କହିଲେ-ମନ୍ତ୍ରୀ ହେଲେ କ’ଣ ହେଲା…’ !

49

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତ ଏବଂ ଉଚ୍ଚ ଶିକ୍ଷିତ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ସେ ଟ୍ୱିଟରରେ ଫଟୋ ଶେୟାର କରି ନିଜେ ଏହା ଜଣାଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ମୋଦି ସରକାରରେ ଗଜେନ୍ଦ୍ର ସିଂ ଶେଖାୱତ ଜଳଶକ୍ତି ମନ୍ତ୍ରୀ ଅଟନ୍ତି । ଫଟୋରେ ସେ ଲେଖିଛନ୍ତି ଯେ ଶ୍ରୀ ବିପୂଲ ଗୋୟଲ ଜୀଙ୍କ ଘରକୁ ଗଣେଷ ଦର୍ଶନ ପାଇଁ ମେଟ୍ରୋରେ ଯାତ୍ରା କରିଥିଲେ । ମେଟ୍ରୋ ଏକ ସଫଳ ଜନପରିବହନ ଅଟେ । ଯେଉଁଠି ସ୍ୱଚ୍ଛତା ଉପରେ ମଧ୍ୟ ପୂରା ଧ୍ୟାନ ରଖାଯାଉଛି । ସେ ସାଧାରଣ ଲୋକଙ୍କ ଭଳି ଯାତ୍ରା କଲେ ମାତ୍ର ଲୋକଙ୍କୁ ଅନୁଭବ ହେବାକୁ ମଧ୍ୟ ଦେଲେନାହିଁ ।

ଲୋକମାନେ ବସି ରହିଥିଲେ ସେ ମେଟ୍ରୋ ଷ୍ଟିଲ ରଡକୁ ଧରି ଛିଡା ହୋଇଥିଲେ । ତାଙ୍କ ସହ କେହି ଜଣେ ଛିଡା ହୋଇଥିଲେ, ବ୍ୟକ୍ତି ଜଣକ ତାଙ୍କ ପରିଚିତ ବୋଲି ଶୁଣିବାକୁ ମିଳିଛି । ଆଇଏଏନଏସ ଯେତେବେଳେ ତାଙ୍କୁ ଏସମ୍ପର୍କରେ ପଚାରିଥିଲେ ସେ ଉତ୍ତରରେ କହିଥିଲେ ଯେ କାହିଁକି କ’ଣ ହେଲା? ସେ ମନ୍ତ୍ରୀ ବୋଲି କଣ ଟ୍ରେନରେ ଯାତ୍ରା କରିପାରିବେ ନାହିଁ ?

ରାତି ୧୦ଟାରେ ଫରିଦାବାଦରେ ହେଉଥିବା ଏକ ଇଭେଂଟରେ ସେ ଯୋଗ ଦେଇଥିଲେ । ଏହାପରେ ସେ ଟ୍ରେନ ଧରି ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଥିଲେ । ତାଙ୍କୁ ଦିଲ୍ଲୀରୁ ବାହାରକୁ ଯିବାର ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More