Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଜିଲାପି ।

youtube
0 40

ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବେଳେ ବେଳେ ହଠାତ ଗରମ ମିଠା ଖାଇବାକୁ ଇଛା ହୁଏ,କିନ୍ତୁ ହଠାତ ମିଳେ ନାହିଁ । ତେବେ ମନ ଖୁବ ଦୁଃଖ ହୁଏ । ତେଣୁ ଘରେ ଯଦି ସେହି ମିଠା ପ୍ରସ୍ତୁତ କରି ହେବ ତାହେଲେ ସମସ୍ତ ଚିନ୍ତା ଯିବ । ରସଗୋଲାତ ସମସ୍ତେ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଜିଲାପି ଏଭଳି ଏକ ମିଠା ଯାହାକୁ ଗରମ ଖାଇବାର ସ୍ୱାଦ ଖୁବ ନିଆରା । ତେବେ ଆସନ୍ତୁ ଶିଖିବା ଜିଲାପିର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ- ୩ କପ ମଇଦା,ଅଧ କପ କର୍ଣ୍ଣଫ୍ଲୋର,୨ କପ ଦହି,ଖାଇବା ସୋଡ଼ା,ଅଧ କପ ଘିଅ,୨ କପ ତେଲ,୩ କପ ଚିନି,ପାଣି,କେଶର,ରୋଜ ୱାଟର,ଗୁଜୁରାତି ଗୁଣ୍ଡ,ଲାଲ ରଙ୍ଗ ।

ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ କର୍ଣ୍ଣଫ୍ଲୋର,ମଇଦା ଓ ଖାଇବା ସୋଡ଼ା ପକାନ୍ତୁ । ଏହା ଉପରେ ଘିଅ ଓ ରଙ୍ଗ ପକାନ୍ତୁ । ଏକ ପତଳା ବ୍ୟାଟର ପ୍ରସ୍ତୁତ କରନ୍ତୁ । ଦହି ଓ ଜଳ ପକାନ୍ତୁ । ଏହାକୁ ୮ରୁ ୧୦ ଘଂଟା ରଖନ୍ତୁ ।

ଏହା ପରେ ଚିନି ସିରା ପ୍ରସ୍ୁତ କରିବା ପାଇଁ ମିଡିୟମ ଫ୍ଲେମରେ ପ୍ୟାନ ଗରମ କରନ୍ତୁ । ଏହାପରେ ଚିନି ପକାନ୍ତୁ ଏବଂ ଚିନି ସଂପୂର୍ଣ୍ଣ ଭିଜିବା ପାଇଁ ଛାଡ଼ି ଦିଅନ୍ତୁ । ସେଥିରେ କେଶର,ରୋଜ ୱାଟର ଏବଂ ଗୁଜୁରାତି ଗୁଣ୍ଡ ପକାନ୍ତୁ ।
ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଜିଲାପି ବ୍ୟାଟରକୁ ଏକ ପତଳା ମସଲିନ କପଡ଼ାରେ ନିଅନ୍ତୁ । ସେଥିରେ ଏକ କଣା କରନ୍ତୁ । ତେଲରେ ଜିଲାପି ଭଳି ଗୋଲ ଗୋଲ କରି ବୁଲାଇ ପକାନ୍ତୁ । ହୋଇଯିବା ପରେ ଏହାକୁ ଚିନି ସିରାରେ ପକାନ୍ତୁ । ସିରାରେ ପକାଇ ୨ରୁ ୩ ମିନିଟ ପରେ ବାହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More