ଅମରନାଥ ଯାତ୍ରା ସମୟରେ ହୃଦଘାତରେ ଗଲା ଅଭିନେତ୍ରୀଙ୍କ ପିତାଙ୍କ ଜୀବନ ।
ଜମାଇ ରାଜା ଧାରାବାହିକ ଅଭିନେତ୍ରୀ ସାଇନି ଦୋଷୀଙ୍କୁ ଲାଗିଛି ବଡ଼ ଝଟକା । ରିପୋର୍ଟ ଅନୁସାରେ ସାଇନିଙ୍କ ବାପା ଅଚାନକ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ବାସ୍ତବରେ ଅଭିନେତ୍ରୀଙ୍କ ପିତା ଅମରନାଥ ଯାତ୍ରା ପାଇଁ ଯାଇଥିଲେ ।ସେଠାରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେଲା ଏବଂ ହୃଦଘାତରେ ମୃତ୍ୟୁ ହୋଇଗଲା ।
ସ୍ପଟବଏର ରିପୋର୍ଟ ଅନୁସାରେ ଅମରନାଥ ଯାତ୍ରା ସମୟରେ ଅଚାନକ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ସାଇନିଙ୍କ ପିତାଙ୍କୁ ମିଲିଟ୍ରି ଅଫିସର, ଟୁରିଷ୍ଟ ମେଡିକଲ ସେଂଟର ନେଇଗଲେ । ସେଠାରେ ପହଂଚିବା ପରେ ଜଣାପଡ଼ିଲା ସାଇନିଙ୍କ ପିତାଙ୍କୁ ହୃଦରୋଗ ଆସିଥିଲା, ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଖବର ଅନୁସାରେ ଆଜି ମର ଶରୀରକୁ ଗୁଜୁରାଟ ନିଆଯାଉଛି, କିନ୍ତୁ ଏହା ପୂର୍ବରୁ ସାଇନି ଗୁଜୁରାଟରେ ପହଂଚି ସାରିଛନ୍ତି ।
View this post on Instagram
The man who taught me everything in life. #gratitude ? The place whr i began my journey?
କହିରଖୁଛୁ ସାଇନି ଦୋଷୀ ଏବେ ଶ୍ରୀମଦ ଭଗବଦ୍ ଧାରାବାହିକରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ସାଇନି ଟିଭିରେ ୨୦୧୩ରେ ଟେଲିକାଷ୍ଟ ହେଉଥିବା ସଂଜୟ ଲୀଲା ଭଂସାଲୀଙ୍କ ଧାରାବାହିକ ‘ସରସ୍ୱତୀ ଚନ୍ଦ୍ର’ରେ ଡେବ୍ୟୁ କରିଥିଲେ । ଏହାପରେ ୨୦୧୬ରେ ‘ଜମାଇ ରାଜା’ରେ ନଜର ଆସିଥିଲେ, ଯାହାପରେ ସେ ଲୋକ ଲୋଚନକୁ ଆସିଥିଲେ ।