Only for Entertainment

ଚାରୋଟି ରାଜ୍ୟ ପରେ ଏବେ ଏହି ସରକାର ଟ୍ୟାକ୍ସ ଫ୍ରି କଲେ ହ୍ରିତିକଙ୍କ ସୁପର ୩୦

bollywood tadka
69

ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’କୁ ବକ୍ସ ଅଫିସରେ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳୁଛି । ଶିକ୍ଷାନୁଷ୍ଠାନ ‘ସୁପର ୩୦’ର ସଂସ୍ଥାପକ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ପ୍ରେରଣାଦାୟୀ କାହଣୀ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଖାସ ଏହି କାରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହାକୁ ଟ୍ୟାକ୍ସ ଫ୍ରି କରୁଛନ୍ତି । ଯେପରି ଫିଲ୍ମର ସନ୍ଦେଶ ଅଧିକ ଲୋକଙ୍କ ପାଖରେ ପହଁଚିପାରିବ । ବିହାର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଗୁଜୁରାଟ, ପରେ  ଜମ୍ମୁ ଓ କାଶ୍ମୀରରେ ମଧ୍ୟ ସରକାର  ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି ।

 

ଅନ୍ୟ ପକ୍ଷରେ ଆଂନନ୍ଦ କୁମାର ମଧ୍ୟ ବିହାର ମୁଖ୍ୟମନ୍ତ୍ରୀଙ୍କ ସହିତ ଟ୍ୟାକ୍ସ ଫ୍ରି କରିଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଏହି ପ୍ରେରଣାଦାୟକ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ଗରିବ ଛାତ୍ର ମଧ୍ୟ ଫିଲ୍ମକୁ ଦେଖିପାରିବେ ।

ଏହା ସହିତ ସେ କହିଥିଲେ, ଫିଲ୍ମ ସୁପର ୩୦ ମାଧ୍ୟମରେ ଦେଶ-ଦୁନିଆକୁ ଏକ ଭଲ ସନ୍ଦେଶ ଯାଇଛି । ଏହା ଦ୍ୱାରା ବିହାରର ଏକ ନୂଆ ଛବି ଲୋକେ ଦେଖିବେ । ପୂରା ଦୁନିଆ ପାଇଁ ଏହା ପ୍ରେରଣାଦାୟୀ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More