ସୁଟିଂ ମଝିରେ ଏହି ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିବା ପାଇଁ ପହଁଚିଲେ ଜାହ୍ନବୀ, ମିଳିପାରେ ନୂଆ ପ୍ରୋଜେକ୍ଟ
ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ଜାହ୍ମବୀ ଫିଲ୍ମ ‘ଧଡକ’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ନିକଟରେ ଜାହ୍ନବୀ ‘ପଦ୍ମାବତୀ’ର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସହିତ ସାକ୍ଷାତ କରିବା ପାଇଁ ତାଙ୍କ ଅଫିସ ଯାଇଥିଲେ । କୁହାଯାଉଛି ଯେ ସଂଜୟ କେବଳ ଫିଲ୍ମ ସହି ଜଡିତ କାମ ପାଇଁ କଳାକାରମାନଙ୍କ ସହିତ ସାକ୍ଷାତ କରିଥାନ୍ତି ।
ଖବର ଅନୁସାରେ ଜାହ୍ମବୀ ଏବଂ ଖୁସି ସଂଜୟଙ୍କୁ ତାଙ୍କ ଅଫିସରେ ଦେଖାକରିଥିଲେ । ଏଥିରୁ ଅନୁମାନ କରାଯାଉଛି ଯେ ଏହି ସାକ୍ଷାତ ଜାହ୍ନବୀଙ୍କ ଆଗାମୀ ପ୍ରେଜେକ୍ଟକୁ ନେଇ ହୋଇପାରେ ।
ତେବେ ଭଂସାଲୀଙ୍କ ଅଫିସ ବାହାରେ ଜାହ୍ନବୀ ଏବଂ ଖୁସିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଉଲ୍ଲେଖଯେଗ୍ୟ ଯେ ଫିଲ୍ମ ‘ଧଡକ’ରେ ଜାହ୍ନବୀଙ୍କ ସହିତ ଇଶାନ ଖଟ୍ଟର ନଜର ଆସିବେ । ଏହି ଫିଲ୍ମ ଜୁଲାଇରେ ରିଲିଜ ହେବ ।