Only for Entertainment

ଷ୍ଟେଜ ପରଫର୍ମାନ୍ସରେ ନଜର ଆସିଲା ଜାହ୍ନବୀ ଏବଂ ଈଶାନଙ୍କ କେମେଷ୍ଟ୍ରି !

44

୨୦୧୮ରେ ଈଶାନ ଖଟ୍ଟର ଏବଂ ଜାହ୍ନବୀ କପୁର ଫିଲ୍ମ ଧଡକ ଜରିଆରେ ବଲିଉଡରେ ଏଂଟ୍ରି କରିଥିଲେ । ଏହି ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏବେ ୧ବର୍ଷ ପରେ ଦୁହେଁ ପୁଣିଥରେ ଏକାସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଦୁହେଁ ନିକଟରେ ଆୟୋଜିତ ହୋଇଥିବା ଫିଲ୍ମଫେୟାର ଆୱାର୍ଡରେ ନଜର ଆସିଥିଲେ ଏବଂ ଦର୍ଶକଙ୍କ ଚାହିଦା ପୂରଣ କରିବା ଲାଗି ଝିଙ୍ଗାଟ ଗୀତରେ ଡ୍ୟାନ୍ସ କରିଥିଲେ । ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଭିଡିଓ ଏବେ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

#ishankhattar #janhvikapoor for @filmfareme anniversary bash @viralbhayani

A post shared by Viral Bhayani (@viralbhayani) on

ଦୁହିଁଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଜାହ୍ନବୀ ଗୁଂଜନ ସକସେନା ବାୟୋପିକରେ ନଜର ଆସିବେ, ତାଙ୍କ ହାତରେ ଆଉ ଗୋଟେ ଫିଲ୍ମ ମଧ୍ୟ ରହିଛି ଯେଉଁଥିରେ ସେ ରାଜକୁମାର ରାଓଙ୍କ ସହ ନଜର ଆସିବେ । ସେହିଭଳି ଇଶାନଙ୍କୁ ସ୍ୱାତନ୍ତ୍ରତା ସେନା ବିର୍ସା ମୁଣ୍ଡାଙ୍କ ବାୟୋପିକର ଅଫର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More