Only for Entertainment

ଭାଇରାଲ ହେଲା ଜାହ୍ନବୀଙ୍କ ବେଲି ଡ୍ୟାନ୍ସର ଭିଡିଓ , ଦେଖନ୍ତୁ !

pinkvilla
310

ସୋସିଆଲ ମିଡିଆରେ ଶ୍ରୀଦେବୀଙ୍କ ଲାଡଲି ଜାହ୍ନବୀ କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଜାହ୍ନବୀ ଏବେ ଫିଲ୍ମ କାରଗିଲ ଗର୍ଲକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ବାୟୁସେନାର ଅଧିକାରୀ ଗୁଂଜନ ସକ୍ସସେନାଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ରୁହୀ ଅଫ୍ଜା ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ଯାହାର ସୁଟିଂ ନିକଟରେ ଆରମ୍ଭ ହୋଇସାରିଛି ।

ଭିଡିଓରେ ଜାହ୍ନବୀ କପୁର ତାଙ୍କ ଟ୍ରେନର ନମ୍ରତା ପୁରୋହିତଙ୍କ ସହିତ ଲୋକପ୍ରିୟ ଟ୍ରାକ୍ ‘ଆଁଖ ଲଡ ଜାବେ’ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ ଦର୍ଶକ ବେଶ୍ ପସନ୍ଦ କରିବା ସହ ଲାଇକ ଓ ଶେୟାର କରୁଛନ୍ତି । ଏଥିରେ ଜାହ୍ନବୀ ପ୍ରଫେସନାଲ ବେଲି ଡ୍ୟାନ୍ସରଙ୍କ ଭଳି ନିଜ ମୁଭସ୍ ଦେଖାଇଛନ୍ତି ।

ସୂଚନାନୁସାରେ, ରୁହୀ ଆଫଜା ଏକ କମେଡି ଫିଲ୍ମ । ଏଥିରେ ଜାହ୍ନବୀଙ୍କ ବ୍ୟତୀତ ଅଭିନେତା ରାଜକୁମାର ରାଓ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେବେ । ଏହି ଫିଲ୍ମରେ ଜାହ୍ନବୀ ରୁହୀ ଓ ଆଫ୍ଜା ଭୂମିକାରେ ନଜର ଆସିବେ । ନିକଟରେ ଜାହ୍ନବୀ ଏହି ଫିଲ୍ମ ବିଷୟରେ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More