Only for Entertainment

ଏପରି ଜଣେ ମହିଳାଙ୍କ ବାୟୋପିକରେ ନଜର ଆସିବେ ଜାହ୍ନବୀ କପୁର, ଯାହାଙ୍କୁ ପୂରା ଦେଶ କରେ ସାଲ୍ୟୁଟ ।

0 34

ଫିଲ୍ମ ‘ଧଡକ’ରୁ ବଲିଉଡ ଜେବ୍ୟୁ କରିଥିବା ଦବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜହ୍ନବୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖବର ଅନୁସାରେ ଜାହ୍ନବୀ କପୁର ଧର୍ମା ପ୍ରଡକ୍ସନ ସହିତ ନିଜର ଦ୍ୱିତୀୟ ଫିଲ୍ମ ‘ତଖ୍ତ’ ସାଇନ କରିବା ପରେ ଆଉ ଏକ ଫିଲ୍ମ ସାଇନ କରିଛନ୍ତି ।

ରିପୋର୍ଟ ଅନୁସାରେ ଜାହ୍ନବୀ ଦେଶର ପ୍ରଥମ ମହିଳା ଆଇଏଏଫ ଚପର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ନଜର ଆସିବେ । ଫିଲ୍ମରେ ଜାହ୍ନବୀ ଗୁଞ୍ଜନଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଫିଲ୍ମ ନିର୍ମାତା କରଣ ଜୋହର ।

Gunjan-Saxena

ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମକୁ ନେଇ ଗତ ବର୍ଷ ମଧ୍ୟ ଅନେକ ଆଲୋଚନା ହୋଇଥିଲା କିନ୍ତୁ କିଛି କାରଣ ପାଇଁ ଫିଲ୍ମ କାମ ଆଗକୁ ବଢିପାରି ନଥିଲା । କିନ୍ତୁ ଏବେ ଫିଲ୍ମକୁ ନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇନାହିଁ । ନିକଟରେ ଜାହ୍ନବୀ ଗୁଞ୍ଜନଙ୍କ ସହିତ କିଛି ସମୟ ବିତାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

gunjan saxena

କହିରଖୁଛୁ ଯେ ଗୁଞ୍ଜନ ସକ୍ସେନା ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧ ସମୟରେ ଆହାତ ସୈନିକମାନଙ୍କୁ ବଞ୍ଚାଇଥିଲେ ଏବଂ ଶତୃଙ୍କ ସାମ୍ନା କରିଥିଲେ । ଯୁଦ୍ଧରେ ତାଙ୍କର ଅତୁଳନୀୟ ଯୋଗଦାନ ରହିଥିଲା ଯେଉଁଥି ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More