Only for Entertainment

ସାରା ଅଲୀ ଖାନଙ୍କ ସହିତ ତୁଳନାକୁ ନେଇ କ’ଣ କହିଲେ ଜାହ୍ନବୀ ଜାଣନ୍ତୁ ।

humarisakhi
0 40

ବଲିଉଡ ସେଲିବ୍ରିଟିଙ୍କ କିଡ୍ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିବାକୁ ଲାଗିଛନ୍ତି । ଚଳିତ ବର୍ଷ ଶ୍ରଦେବୀ ଏବଂ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉିଡରେ ଡେବ୍ୟୁ କରକିଥିବା ବେଳେ ସୈଫ ଅଲୀ ଖାନଙ୍କ ଝିଅ ସାରା ମଧ୍ୟ ଚଳିତ ବର୍ଷ ବଲିଉଡ ଡେବ୍ୟୁ କରିବେ । ଇତି ମଧ୍ୟରେ ଜହ୍ନବୀଙ୍କୁ ଷ୍ଟାରକିଡଙ୍କ ମଧ୍ୟରେ କମ୍ପିଟିସନ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଷ୍ଟାରକିଡଙ୍କ ମଧ୍ୟରେ କମ୍ପିଟିସନ ପରି କୌଣସି କଥା ନାହିଁ ।

ବଲିଉଡ ଫିଲ୍ମନିର୍ମାତା ବୋନି କପୁର ଏବଂ ଦବଙ୍ଗତ ଅଭିନେତ୍ରୀ ଶ୍ରଦେବୀଙ୍କ ଝିଅ ଜାହ୍ନବୀଙ୍କ କହିବା ଅନୁସାରେ ତାଙ୍କର ତୁଳନା ସାରା ଅଲୀ ଖାନଙ୍କ ସହିତ ହେବା ଉଚିତ ନୁହେଁ । ସେ କହିଥିଲେ ମୁଁ ବୁଝିପାରୁନି ଯେ ଲୋକେ ଆମ ଦୁଇ ଜଣଙ୍କୁ ପରସ୍ପରର ବିରୋଧୀ କ’ଣ ପାଇଁ କରିବାକୁ ଚାହୁଁଛନ୍ତି । ଜାହ୍ନବୀ ଏହା ମଧ୍ୟ କହିଥିଲେ ବେଳେବେଳ ଏପରି କିଛି କଥା ଶୁଣିବାକୁ ମିଳିଥାଏ ଯେପରି ଆମେ ପରସ୍ପରର ବିରୋଧୀ ହୋଇଯିବୁ । ଲୋକେ ଏପରି କଣ ପାଇଁ କରୁଛନ୍ତି ଏବଂ କାହିଁକି ତୁଳନା କରୁଛନ୍ତି ମୁଁ ବୁଝି ପାରୁନି ।

jahnvi

ଦୁହିଁଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଜାହ୍ନବୀ ଇଶାନ ଖଟ୍ଟରଙ୍କ ସହିତ ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିଛନ୍ତି । ଏବା ପରେ ସେ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ । ସେହିପରି ସାରା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ‘କେଦାରନାଥ‘ ଫିଲ୍ମରେ ଡେବ୍ୟୁ କରିବେ । ସାରା ଏବେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ରାଣବୀର ସିଂଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More