Only for Entertainment

ମାଗାଜିନରେ ଝଲସିଲା ‘ଜାହ୍ନବୀ କପୁର୍’ଙ୍କ ହଟ୍ ଅନ୍ଦାଜ୍, ‘ବ୍ରାଇଡ୍ସ ଟୁଡେ’ ମାଗାଜିନ୍ ପାଇଁ କଭର୍ ଗର୍ଲ ସାଜିଲେ ‘ଧଡକ୍’ ସୁନ୍ଦରୀ !

81

ଜାହ୍ନବୀ କପୁର୍ ବି-ଟାଉନର ରାଇଜିଂ ଷ୍ଟାର୍ । ଯିଏ କି ଖୁବଶୀଘ୍ର ଚଳଚ୍ଚିତ୍ର ‘ଗୁଂଜନ୍ ସକ୍ସେନା’ରେ ସିନେପ୍ରେମୀଙ୍କୁ କରିବାକୁ ଯାଉଛନ୍ତି ଏଂଟରଟେନ୍ । ଏହି ସିନେମାରେ ଦେଶର ପ୍ରଥମ ମହିଳା ପାଇଲଟ୍ ଗୁଂଜନ୍ ସକ୍ସେନାଙ୍କ ଚରିତ୍ରରେ ନଜର ଆସିବେ ଜାହ୍ନବୀ । ଯାହାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଏହି ସୁନ୍ଦରୀ । ହେଲେ ଏହାକୁ ବାଦ୍ ଦେଲେ ନିଜ ବିୟୁଟିକୁ ନେଇ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଜାହ୍ନବୀ ।

 

View this post on Instagram

 

A post shared by Janhvi Kapoor (@janhvikapoor) on

ଜାହ୍ନବୀଙ୍କ ବିୟୁଟି ଓ ଷ୍ଟାଇଲର ଜଲୱା ଦେଖିବାକୁ ମିଳିଛି ତାଙ୍କର ଲେଟେଷ୍ଟ ଫଟୋସୁଟରେ । ନିକଟରେ ‘ବ୍ରାଇଡ୍ସ ଟୁଡେ’ମାଗାଜିନ୍ ପାଇଁ ଫଟୋସୁଟ୍ କରାଇଛନ୍ତି ଏହି ସୁନ୍ଦରୀ । ମାଗାଜିନର ସେପ୍ଟେମ୍ବର୍ ମାସ ସଂସ୍କରଣରେ ସ୍ଥାନ ପାଇଛି ଏହି ଷ୍ଟାର୍ଙ୍କ ଫଟୋଗ୍ରାଫ୍ସ ।

ବେଶ ଆକର୍ଷଣୀୟ ପୋଷାକରେ ନଜର ଆସିଛନ୍ତି ଜାହ୍ନବୀ । କଲରଫୁଲ୍ ପୋଷାକ ସହ ବେଶ ଆଟ୍ରାକ୍ଟିଭ୍ ଲୁକ୍ସ ଦିଆ ଯାଇଛି ଜାହ୍ନବୀ କପୁରଙ୍କୁ । ଦେଖନ୍ତୁ କିଭଳି ପୋଜ୍ ଦେଉଛନ୍ତି ଏହି ସୁନ୍ଦରୀ ।

ଫ୍ୟାଶନ୍ ଡିଜାଇନର୍ ଶାନ୍ତନୁ ଓ ନିଖିଲଙ୍କ ଦ୍ୱାରା ଡିଜାଇନ୍ ଭିନ୍ନ ଭିନ୍ନ ଲେହଙ୍ଗାରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଛି । ଏହି ସବୁ ଫଟୋଗ୍ରାଫକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଜାହ୍ନବୀ କପୁର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More