Only for Entertainment

ପ୍ରଥମ ଥର ପାଇଁ ମିଡିଆ ସାମ୍ନାରେ ମନଖୋଲି କହିଲେ ଜାହ୍ନବୀ, ଜାଣନ୍ତୁ କ’ଣ କହିଲେ ।

DNA India
0 42

ଧଡକ ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରୁଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ କହିବା ଅନୁସାରେ କପୁର ପରିବାରର ଅଂଶ ହୋଇଥିବାରୁ ସେ କୌଣସି ପ୍ରେସର ଉପରେ ଧ୍ୟାନ ଦିଅନ୍ତି ନାହିଁ । ମୁମ୍ବାଇରେ ଗୁରୁବାର ଫିଲ୍ମର ପ୍ରମୋଶନ ପାଇଁ ଜାହ୍ନବୀ କୋ-ଷ୍ଟାର ଇଶାନ ଖଟ୍ଟରଙ୍କ ସହିତ ପହଁଚିଥିଲେ । ଏହି ଅବସରରେ ସେ ମିଡିଆ ସହିତ ଅନେକ କଥା ହୋଇଥିଲେ ।

ଅନିଲ କପୁର, ଶ୍ରୀଦେବୀ କପୁର, ସୋନମ କପୁର, ସଂଜୟ କପୁର, ଅର୍ଜୁନ ଏବଂ ହର୍ଷବଦ୍ଧନ କପୁରଙ୍କ ପରି କପୁର ଲିଗେସୀକୁ ବଜାଇ ରଖିବାର ପ୍ରେସର ଜାହ୍ନବୀଙ୍କ ଉପରେ ଅଛିକି ? ଏହାର ଉତ୍ତର ଦେଇ ଜାହ୍ନବୀ କହିଥିଲେ କିଛି ପ୍ରେସର ରହିଛି କିନ୍ତୁ ମୁଁ ତାହା ଉପରେ ଧ୍ୟାନ ଦେଉନାହିଁ । ଅନେକ ବର୍ଷରୁ ମୋ ପରିବାକୁ ଯେଉଁ ଭଲ ପାଇବା ମିଳିଛି ତାହାକୁ ନେଇ ମୁଁ କୃତଜ୍ଞ ।

ଏହା ସହିତ ଜାହ୍ନବୀ କହିଥିଲେ, ‘ମୁଁ ମଧ୍ୟ ଦର୍ଶକଙ୍କ ଠାରୁ ସେହି ଭଲ ପାଇବା ଏବଂ ପ୍ରଶଂସା ପାଇବା ପାଇଁ ଚାହୁଁଛି । କିନ୍ତୁ ଏହା ସହଜ ନୁହେଁ । ଏଥିପାଇଁ ମୋତେ ଅନେକ ପରିଶ୍ରମ କରିବାକୁ ପଡିବ । ମୁଁ ଦର୍ଶକଙ୍କୁ ନିଜ କାମରେ ଖୁସି କରିବା ପାଇଁ ଚାହେଁ କାରଣ ସେମାନେ ମୋ ପରିବାରକୁ ଅନେକ ଭଲପାଇବା ଦେଇଛନ୍ତି । ଆଜି ଆମେ ଯେଉଁଠି ଅଛୁ ତାହା କେବଳ ଦର୍ଶକଙ୍କ ପାଇଁ ।’

କହିରଖୁଛୁ ଯେ ଶଶାଙ୍କ ଖେତାନଙ୍କ ନିର୍ଦ୍ଦେଶନା ନିର୍ମିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏବଂ ଜି ଷ୍ଟୁଡିଓ ମିଳିତ ଭାବେ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More