Only for Entertainment

ପ୍ରଥମଥର ବାପାଙ୍କ ସହ କାମ କରିବେ ଜାହ୍ନବୀ କପୂର, ବୋନୀ କପୂରଙ୍କ ଆଗାମୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବେ ନଜର !

18

ପୂର୍ବବର୍ଷ ଧଡକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀ କପୂର ଆଜି ଦେଶର ଚଚ୍ଚିତ ଅଭିନେତ୍ରୀଙ୍କୁ ମଧ୍ୟରୁ ଜଣେ ପାଲଟିଛନ୍ତି । ଚଳିତ ବର୍ଷ ଅଭିନେତ୍ରୀଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ରହିଛି ଏହା ସହ ସେ ଆଉ ଏକ ବଡ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।
ଖବର ମୁତାବକ ଜାହ୍ନବୀ ବାପା ବୋନିଙ୍କ କପୂରଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଦସ୍ତଖତ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନର ସଂଜୟ ତ୍ରିପାଠୀ କରିବେ । ଏହାସହ ବୋନି ଏହି ଫିଲ୍ମରେ ମହାବୀର ସିଂଙ୍କ ସହ ଟିମଅପ କରିବେ ।

ଏହି ଫିଲ୍ମର କାହାଣୀ ସଇତାନ ଝିଅ କାହାଣୀ ଉପରେ ଆଧାରିତ । ଯଦିଓ ଏହାର ଅଫିସିଆଲ ଘୋଷଣା ହୋଇନାହିଁ । ଏହାସହ ବୋନି ଖୁବ ଶୀଘ୍ର ଅର୍ଜୁନ କପୂରଙ୍କ ସହ ତେଲୁଗୁ ଫିଲ୍ମ କୋମଲର ହିନ୍ଦୀ ରିମେକରେ ନଜର ଆସିବେ ।

ତେବେ ଜାହ୍ନବୀଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ସେ କାରଗିଲ ଗର୍ଲ ଫିଲ୍ମ ସୁଟରେ ବ୍ୟସ୍ତ ଅଛନ୍ତି । ପ୍ରଥମ ମହିଳା ପାୟଲଟ ଗୁଂଜନ ସକସେନାଙ୍କ ବାୟୋପିକ ଉପରେ ଆଧାରିତ ଏହି ଫିଲ୍ମ । ଏହାବ୍ୟତୀତ ସେ ଦିନେଶ ବିଜାନଙ୍କ ହରର କମେଡି ଫିଲ୍ମ ‘ରୁହି ଅଫଜାରେ ରାଜକୁମାର ରାଓଙ୍କ ସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More