Only for Entertainment

ପ୍ରଥମଥର ପାଇଁ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ, ୱୋଗ ମ୍ୟାଗାଜିନ ପାଇଁ କରାଇଲେ ଫଟୋସୁଟ

zee news
0 46

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଦେଖିବାକୁ ଗଲେ ଜାହ୍ନବୀ ଖୁବ କମ ମିଡିଆ ସାମ୍ନାକୁ ଆସିଥାନ୍ତି ଏବଂ ଆଲୋଚନା କରିଥାନ୍ତି । କିନ୍ତୁ ନିକଟରେ ଜାହ୍ନବୀ କପୁର ୱୋଗ ମ୍ୟାଗାଜିନର କଭର ପେଜରେ ନଜର ଆସିଛନ୍ତି । ଏହା ଜାହ୍ନବୀଙ୍କ ପ୍ରଥମ ମ୍ୟାଗାଜିନ ଫଟୋସୁଟ । ଏହା ସହିତ ଏହି ମ୍ୟାଗାଜିନକୁ ଜାହ୍ନବୀ ପ୍ରଥମ ଇଣ୍ଟରଭ୍ୟୁ ମଧ୍ୟ ଦେଇଛନ୍ତି ।

 

ଫଟୋସୁଟର କିଛି ଫଟୋ ଜାହ୍ନବୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଜାହ୍ନବୀ ଖୁବ ସୁନ୍ଦର ଏବଂ କନଫିଡେଣ୍ଟ ନଜର ଆସିଛନ୍ତି । ଜାହ୍ନବୀଙ୍କ ଏହି ଲୁକକୁ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହା ସହିତ କେତେକ ୟୁଜର୍ସ ଜାହ୍ନବୀଙ୍କ ତୁଳନା ମା’ ଶ୍ରୀଦେବୀଙ୍କ ସହିତ ମଧ୍ୟ କରିଛନ୍ତି ।

କହିରଖୁଛୁ ଯେ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ଜରିଆରେ ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟରଙ୍କ ସହିତ ବଲିଉଡ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସୁପରହିଟ ମରାଠୀ ଫିଲ୍ମ ‘ସୈରାଟ’ର ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More