Only for Entertainment

ରିଲିଜ ହେଲା ଜାନୁ ସୁପରଷ୍ଟାର ଗୀତ ।

youtube
0 48

ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’କୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ଢେର୍ ଚର୍ଚ୍ଚା । ଫିଲ୍ମଟି ଏକ ରୋମାଂଟିକ୍ – କମେଡି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ରିଲିଜ୍କୁ ଆଉ ୩ ଦିନ ବାକି ରହିଥିବାବେଳେ, ଏବେ ଆସିଛି ସିନେମାର ରୋମାଂଟିକ୍ ଗୀତ ‘ଜାନୁ ସୁପର୍ଷ୍ଟାର୍’ ।

 ଦୁହିଁଙ୍କୁ ପୁଣିଥରେ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ ଆଗାମୀ ରୋମାଂଟିକ୍ – କମେଡି ଚଳଚ୍ଚିତ୍ର ଟୋକାଟା ଫସିଗଲାରେ । ଏହି ଏପକମିଂ ସିନେମାର ରୋମାଂଟିକ୍ ଗୀତ ଜାନୁ ସୁପର୍ଷ୍ଟାର୍ ମୁକ୍ତିଲାଭ କରିଛି । ଗୀତ ଦୃଶ୍ୟାୟନରେ ଫିଲ୍ମର ଲିଡ୍ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି । ଗୀତରେ ସ୍ଥାନ ପାଇଛି ନାୟକ- ନାୟିକାଙ୍କ ଜବରଦସ୍ତ ଡ୍ୟାନ୍ସ । ଜବରଦସ୍ତ ସଙ୍ଗୀତ ସହ ଦମଦାର୍ ଲିରିକ୍ସ ମଧ୍ୟ ଶୁଣିବାକୁ ମିଳିଛି ଏହି ଗୀତରେ । ଅରୁଣ ମନ୍ତ୍ରୀଙ୍କ ଲିରିକ୍ସ ଆଉ ବୈଦନାଥ ଦାଶଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର ଓ ନିବେଦିତା । ସିଦ୍ଧାର୍ଥ ଟିଭିର ପ୍ରଥମ ଅବଦାନ ଓ ସାର୍ଥକ ମ୍ୟୁଜିକ୍ର ୨୩ ତମ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଏହି ସିନେମାର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ । ଆସନ୍ତା ୧୨ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More