Only for Entertainment

୧୦୦ ବର୍ଷ ପାର କରିଛନ୍ତି ଏହି ଦେଶର ୬୯,୭୮୫ ଲୋକ, ପିଏମ ନିକଟରେ ପାଳନ କଲେ ୧୦୦ ତମ ଜନ୍ମଦିନ ।

ndtv
0 35

ଜାପାନରେ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ଏହି ମାସରେ ରେକର୍ଡ କରିଛି । ମିଳିଥିବା ସୂଚନା ଅନୁସାରେ ଜାପାନରେ ୧୦୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୬୯,୭୮୫ରେ ପହଁଚିଛି । ଏହି ଲୋକମାନଙ୍କ ମଧ୍ୟରେ ୮୮.୧ ପ୍ରତିଶତ ମହିଳା ଅଛନ୍ତି । ଜାପାନ ସରକାର ଏହି ବିଷୟରେ ସୂଚନା ଦେଇ କହିଥିଲେ ଏହାର କାରଣ ହେଉଛି ଉନ୍ନତ ସ୍ୱାସ୍ଥ୍ୟ ସେବା ଏବଂ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ସଚେତନତା ।

ରିପୋର୍ଟ ଅନୁସାରେ ଚଳିତ ବର୍ଷର ଏହି ସଂଖ୍ୟା ପୂର୍ବ ବର୍ଷ ଠାରୁ ୨,୦୧୪ ଅଧିକ ଏବଂ ଦୁଇ ଦଶକ ମଧ୍ୟରେ ସାତ ଗୁଣ ଅଧିକ ବୃଦ୍ଧି ପାଇଛି । ଜାପାନରେ ୧୦୦ରୁ ଅଧିକ ବୟସ୍କ ଲୋକମାନଙ୍କ ମଧ୍ୟରେ ୬୧,୪୫୪ ମହିଳା ଥିବା ବେଳେ ୮,୩୩୧ ଜଣ ପୁରୁଷ ଅଛନ୍ତି । ଯେଉଁଥିରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେ ମଧ୍ୟ ସାମିଲ ଅଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ମଇ ମାସରେ ନିଜର ୧୦୦ ତମ ଜନ୍ମଦିନ ପାଳନ କରିଛନ୍ତି ।

ନ୍ୟାସନାଲ ଇଣ୍ଟିଟ୍ୟୁଟ ଅଫ ପପୁଲେନ ଆଣ୍ଡ ସୋସାଲ ସିକ୍ୱୁ୍ୟରିଟି ରିସର୍ଚର ଅନୁମାନ କରୁଛି ଯେ ଆଗାମୀ ପାଂଚ ବର୍ଷ ମଧ୍ୟରେ ସେଠାରେ ୧୦୦ରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ଏକ ଲକ୍ଷଙ୍କର ପହଁଚିଯିବ । ତଥା ଆଗାମୀ ୧୦ ବର୍ଷରେ ଏହା ବଢି ୧ଲକ୍ଷ ୭୦ ହଜାରରେ ପହଁଚିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More