Only for Entertainment

୩ ମିନିଟ ପୂର୍ବରୁ ଲଞ୍ଚ ବ୍ରେକରେ ଯିବା ପଡିଲା ମହଙ୍ଗା, କଟିଗଲା କର୍ମଚାରୀଙ୍କ ଅଧା ଦରମା ।

blog livedoor
0 36

ଭାରତରେ ସଠିକ ସମୟରେ ଅଫିସ ଆସିବା, ନିର୍ଦ୍ଧିଷ୍ଟ ସମୟରେ ମଧ୍ୟରେ ଲଞ୍ଚବ୍ରେକ ସାରିବା ସାଧାରଣତଃ ବିଶେଷ ଭାବେ ଦେଖିବାକୁ ମିଳେନାହିଁ । ହେଲ ଜାପନରେ ଏହି ନିୟମକୁ କଡାକଡି ଭାବେ ପାଳନ କରାଯାଏ । ଖବର ଅନୁସାରେ ଜାପାନର ଜଣେ ସରକାରୀ କର୍ମଚାରୀ ଧାର୍ଯ୍ୟ ସମୟର ୩ ମିନିଟ ପୂର୍ବରୁ ଲଞ୍ଚ ବ୍ରେକରେ ଯିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ଚିନ ପଶ୍ଚିମରେ ଥିବା କୋବେ ଅଂଚଳରେ ୱାଟରୱାର୍କ ବ୍ୟୁରୋରେ ବରିଷ୍ଠ ଅଧିକାରୀ ଭାବେ ଏହି ବ୍ୟକ୍ତି ଜଣଙ୍କ କାର୍ଯ୍ୟ କରନ୍ତି । ନିକଟରେ ଧାର୍ଯ୍ୟ ସମୟର ୩ ମିନିଟ ପୂର୍ବରୁ ଲଂଚ ବ୍ରେକରେ ଯାଇଥିଲେ । ଏହି କାରଣରୁ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଖବର ଅନୁସାରେ ତାଙ୍କୁ ଭର୍ସନା କରାଯିବା ସହ ତାଙ୍କର ଅଧା ଦିନର ଦରମା କାଟି ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକାରୀ ଜଣକ ସରକାରୀ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଗତ ୭ ମାସ ମଧ୍ୟରେ ସେ ୨୬ ଥର ସମୟ ପୂର୍ବରୁ ଲଂଚ ବ୍ରେକରେ ଯାଇଥିଲେ ।

ସୋସିଆଲ ମିଡିଆରେ ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି । କିଛି ଲୋକେ ଏହାକୁ ନେଇ ସରକାରୀ ନିୟମକୁ ସମର୍ଥନ କରୁଥିବା ବେଳେ କିଛି ଲୋକେ ଏହା ଠିକ ନୁହେଁ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More