Only for Entertainment

ଏହି ଦେଶରେ ଶାରୀରିକ ସମ୍ପର୍କକୁ ଗୁରୁତ୍ୱ ଦେଉନାହାଁନ୍ତି ଲୋକେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

SF Wallpaper
33

ଶାରୀରିକ ସଂପର୍କ ବ୍ୟତୀତ ଜୀବମାନଙ୍କ ଉତ୍ପତ୍ତିର କଳ୍ପନା କରାଯାଇନପାରେ। ତା’ଛଡ଼ା ଏହା ମନୁଷ୍ୟମାନଙ୍କର ଏକ ଆଦିମ ପ୍ରବୃତ୍ତି। ଅଧିକାଂଶ ମଣିଷ ପ୍ରେମ ଓ ଶାରୀରିକ ସଂପର୍କ ଚାହିଁଥାଏ। କିନ୍ତୁ ପ୍ରେମ,ବିବାହ ଓ ସେକ୍ସ ଏସବୁ ପ୍ରତି ଏକ ଦେଶରେ ଲୋକଙ୍କର ମନୋଭାବ ବଦଳିଯାଇଛି। ସେମାନେ ଏହାକୁ ଆଦୌ ଗୁରୁତ୍ୱ ଦେଉନଥିବା ମଧ୍ୟ କୁହାଯାଉଛି। ଏହି ଦେଶର ଲୋକେ ନିଜ ନିଜର କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମନ ଭିତରକୁ ନିଜର କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କଥା ଆସୁ ନାହିଁ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ସେମାନେ ନିଜର ପାର୍ଟନରକୁ ଡେଟ୍‌ ପାଇଁ ବି ସମୟ ଦେଇ ପାରୁନାହାଁନ୍ତି। ଲୋକଙ୍କର ଏହି ଅଭ୍ୟାସ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।

ଏବେ ଆପଣ ଜାଣିବାକୁ ଚାହିଁବେ ଏହା କେଉଁ ଦେଶ ! ଏହି ଦେଶ ହେଉଛି ଜାପାନ,ଯେଉଁଠାରେ ଲୋକେ ବାହାଘର,ପ୍ରେମ ଓ ଶାରୀରିକ ସଂପର୍କ ନାମଠାରୁ ଦୂରେଇ ରହୁଛନ୍ତି। ଏଥିପାଇଁ ଜାପାନବାସୀଙ୍କ ହାତରେ ସମୟ ନାହିଁ। ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ଜାପାନର ପ୍ରାୟ ୭୪ ପ୍ରତିଶତ ଯୁବକ ସଂପ୍ରତି କୌଣସି ପ୍ରକାରର ପ୍ରେମ ସଂପର୍କ ବା ଶାରୀରିକ ସଂପର୍କରେ ନାହାନ୍ତି। ଏହି ଯୁବକମାନଙ୍କ ବୟସ ୨୦ ବର୍ଷ। ଯଦି ଏହି ପ୍ରକ୍ରିୟା ଜାପାନରେ ଜାରି ରହେ,ତେବେ ଭବିଷ୍ୟତରେ ତାହା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହାଫଳରେ ଦେଶର ଜନସଂଖ୍ୟା ବିପୁଳମାତ୍ରାରେ ହ୍ରାସ ଘଟିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More