Only for Entertainment

ଫ୍ଲପ ହେବା ଡରରେ ମିକା ସିଂ କରନ୍ତି ଏହି ଅଜବ କାମ ।

22

ବଲିଉଡ ଡ୍ୟାନ୍ସ ନମ୍ବର୍ସ ଉପରେ ନଜର ପକାଇବା ତ ଅଧିକ ଗୀତ ମିକା ସିଂ ଗାଇଛନ୍ତି । ମିକା ସିଂ ବଲିଉଡର ପ୍ରତ୍ୟେକ ବଡ଼ ଆକ୍ଟରଙ୍କ ପାଇଁ ଗୀତ ଗାଇଛନ୍ତି । ଏତେସଫଳତା ପରେ ମଧ୍ୟ ସେ ଫ୍ଲପ ହେବାକୁ ନେଇ ଡରନ୍ତି । ଯାହାର କାରଣ ସାମ୍ନାକୁ ଆସିଛି । ସେଥିପାଇଁ ସେ ଏକ ଅଜବ କାମ କରନ୍ତି । ଏହାର ଖୁଲାସା ତାଙ୍କ ଘନିଷ୍ଠ ବନ୍ଧୁ ଜସବୀର ଜସ୍ମି କରିଛନ୍ତି ।

ଜସବୀରଙ୍କ କହିବା ଅନୁସାରେ ମୁଁ ତାକୁ ପିଲା ଦିନରୁ ଜାଣିଛି । କିନ୍ତୁ ଗତ କିଛି ଦିନ ପୁର୍ବରୁ ତା ଘରକୁ ଯାଇଥିଲି ଏବଂ ଦେଖିଲି ସେ ଜଣେ ବ୍ୟକ୍ତି ଫୁଲ ଲଗାଇବାକୁ ,ବଂ ଝାଡ଼ୁ ଲଗାଇବାକୁ ନିର୍ଦ୍ଦେଶ ଦେଉଛି । ମୁଁ ଭାବିଲି କିଏ ହୋଇଥିବ । କିନ୍ତୁ ଦେଖିଲି ସେ ମନ୍ଦିରରେ ପୂଜା କରୁଥିବା ପୂଜାରୀ । ତା ଡ୍ରେସ ଦେଖି ମୁଁ ଚିହ୍ନିଲି । ଯେତେବେଳେ ତାଙ୍କ ଘରକୁ ଯାଏ ପ୍ରଥମେ ସେହି ଲୋକକୁ କାମ କରୁଥିବାର ଦେଖେ ଏବଂ ପରେ ପୂଜା କରିବାର ଦେଖେ । ତେବେ ମୁଁ ପଚାରିବା ପରେ ମିକା କହିଲେ ସେ ମୋ ଘର କାମ ସରିବା ପରେ ତା ଘରକୁ ଯାଇ ପୂଜା କରୁଥିଲା, ତେଣୁ ମୁଁ ତାକୁ ମୋ ଘରେ ପୂଜା କରିବାକୁ କହିଲି । ଏହା ସହିତ ଭଗବାନଙ୍କୁ ସବୁବେଳେ ମୋ ପାଇଁ ମାଗିବାକୁ କହିଲି ।

କେବଳ ସେତିକି ନୁହେଁ ଜସ୍ମି କହିଲେଯେ ମିକା ଅଧିକାଂଶ ସମୟ ପୂରା ଟିମକୁ ବୈଷ୍ଣୋଦେବୀ ମନ୍ଦିର ନେଇଯାଏ ଏବଂ ମସସ୍ତଙ୍କୁ ଲାଇନରେ ଛିଡ଼ା କରି କହେ ଯାହା ମାଗିବ ମୋ ପାଇଁ ମାଗ । ମାତାଙ୍କୁ କୁହ ଯାହା ସଫଳତା ବଢାଇବାର ଅଛି ମିକାକୁ ଦିଅ । ସେ ଆମର କରିଦେବ । ଏହା ସହିତ ସମସ୍ତେମନେ ମନେ ପ୍ରାର୍ଥନା କରୁଥିଲେ ତେଣୁ ମିକା ସେମାନଙ୍କୁ ଜୋରରେ କହିବାକୁ ମଧ୍ୟ କୁହନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More