Only for Entertainment

ଟିକଟକ ଭିଡ଼ିଓ କରି ଫସିଲେ ଦୀପକ ଠାକୁର, ଅଭିଯୋଗ ଆଣିଲେ ଜସଲିନ ।

26

ବିଗବସ ଘରେ ଯେତେ ନୀତି ନିୟମ ହେଲେ ମଧ୍ୟ ଝଗଡ଼ା ହେବା ସ୍ୱଭାବିକ କଥା । ସମସ୍ତଙ୍କ ଚିନ୍ତାଧାରା ସମାନ ହୋଇନଥାଏ ଏହା ଏହି ଶୋ ଦେଖିବା ପରେ ଜଣେ ଭଲ ଭାବରେ ବୁଝିଯିବ । ତେବେ ଘର ମଧ୍ୟରେ କଳି ଝଗଡ଼ା ଲାଗି ରହେ, କିନ୍ତୁ ଘର ବାହାରେ ପୁଣି ଏହାର ପୁନରାବୃତ୍ତି ହେବା କଥା ଆପଣଙ୍କୁ ସାମାନ୍ୟ ଅସହଜ ମନେ ହୋଇପାରେ । ଏକ ଭିଡିଓକୁ କେନ୍ଦ୍ର କରି ‘ବିଗ୍‌ବସ୍‌-୧୧’ର ପ୍ରତିଯୋଗୀ ଜସ୍‌ଲିନ୍‌ ମାଥୁର ତାଙ୍କ ସହ ପ୍ରତିଯୋଗୀ ଦୀପକ ଠାକୁରଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

 

ଏକ ଟିକ୍‌ଟକ୍‌ ଭିଡିଓରେ ଦୀପକ ଠାକୁରଙ୍କ ସହ ଜଣେ ବାଳକ ମିଶି ଅଭିନୟ କରୁଥିବାର ନଜର ଆସିଛନ୍ତି। ସେଥିରେ ବାଳକ ଜଣକ ଜସ୍‌ଲିନଙ୍କ ନାମ ନେଉଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଳକ ଜଣଙ୍କୁ ଦୀପକ ପଚାରୁଛନ୍ତି ‘ବିଗ୍‌ବସ୍‌’ ହାଉସ୍‌ ଯିବୁ? ସେ ହଁ କରୁଛି। ସେଠାରେ ଯାଇ କ’ଣ କରିବୁ ବୋଲି ପ୍ରଶ୍ନର ଉତ୍ତର ଦେଇ ବାଳକ ଜଣକ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଖାଇବି, ପିଇବି , ମଉଜ କରିବି, ଜସଲିନ୍‌ ସହ ସୁଇମିଂ ପୋଲ୍‌ରେ ଗାଧୋଇବି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More