Only for Entertainment

ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି କ୍ରିକେଟର ଜସପ୍ରିତ ବୁମରାହ, ଅଫେୟର ଖବରକୁ ନେଇ ଦେଲେ ଏଭଳି ମନ୍ତବ୍ୟ ।

79

ବଲିଉଡ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟରଙ୍କ ସଂପର୍କ ଖୁବ ପୁରୁଣା । ଏହି ଦୁଇ ଗୋଷ୍ଠି ମଧ୍ୟରେ ଅଧିକାଂଶ ସମୟରେ ଖାସ ବଣ୍ଡିଂ ଦେଖିବାକୁ ମିଳେ । ପରବର୍ତ୍ତୀ ସମୟରେ ସେମାନଙ୍କର ଏହି ଖାସ ବଣ୍ଡିଂ ସଂପର୍କରେ ପରିଣତ ହୋଇ ଯାଇଥିବା ନଜର ଆସିଛି । ତେବେ ଏହି ଟ୍ରେଣ୍ଡରେ ବର୍ତ୍ତମାନ ଯୋଡ଼ି ହୋଇ ଯାଇଛନ୍ତି ଆଉ ଜଣେ କ୍ରିକେଟର ଏବଂ ଅଭିନେତ୍ରୀ । ଖବର ଅନୁସାରେ କ୍ରିକେଟର ଜସପ୍ରିତ ବୁମରାହ ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ଡେଟ କରୁଛନ୍ତି । ଏହାକୁ ନେଇ ଅନୁପମାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନୁପମା ରିଲେସନସିପ ଖବରକୁ ନେଇ ଖଣ୍ଡନ କରି କହିଛନ୍ତି ଦୁଇଜଣ କେବଳ ଭଲ ସାଙ୍ଗ । ଆମେ କେହି କାହାକୁ ଡେଟ କରୁନାହୁଁ ।

କହିରଖୁଛୁ ଦୁଇଜଣଙ୍କ ଡେଟିଂ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ବୁମରାହ ଅନୁପମାଙ୍କୁ ଟ୍ୱିଟରରେ ଫଲୋ କଲେ ଏବଂ ପରସ୍ପରର ପୋଷ୍ଟରେ କମେଂଟ କରିବାକୁ ଲାଗିଲେ । ଏହା ପୂର୍ବରୁ ମଧ୍ୟ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ସହିତ ବୁମରାହଙ୍କ ନାମ ଯୋଡ଼ା ଯାଇଥିଲା । କିନ୍ତୁ ଏହା ଉଡ଼ା ଖବର ବୋଲି ପ୍ରମାଣିତ ହେଲା ।

ଅନୁପମାଙ୍କ ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଫିଲ୍ମ ରକ୍ଷାସୁଧୁ’ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହାର ନିର୍ଦ୍ଦେଶକ ହେଉଛନ୍ତି ରମେଶ ବର୍ମା । ସିରିଅଲ କିଲର ଉପରେ ଆଧାରିତ ଏହି ଫିଲ୍ମ ୧୯ ଅଗଷ୍ଟକୁ ରିଲଜ ହେବ ବୋଲି ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏହାକୁ ୨ ଅଗଷ୍ଟକୁ ଘୁଂଚାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More