Only for Entertainment

ସୈନିକ ପତିଙ୍କୁ ପ୍ରାଇଭେଟ ସ୍ଥାନରେ ବିଷାକ୍ତ ଲୋସନ ଲଗାଇବାକୁ ଦେଲେ ପତ୍ନୀ, ଏହାପରେ ଖୋଲିଲା ବଏଫ୍ରେଣ୍ଡର ରାଜ୍ ।

aajtak
31

ମହାରାଷ୍ଟ୍ରର ଅହମଦାନଗର ପୋଲିସ ଏକ ଚାଂଚଲ୍ୟ ସୃଷ୍ଟି କରିବା ଭଳି ଖବର ଫାଇଲ କରିଛନ୍ତି । ଖବର ଅନୁସାରେ ଭାରତୀୟ ସେନାର ଜଣେ ସୈନିକ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏକ ଆରୋପ ଲଗାଇ କହିଛନ୍ତିଯେ ଯୌନ ସୁଖ ପାଇଁ ତାଙ୍କ ପତ୍ନୀ ତାଙ୍କୁ ପ୍ରାଇଭେଟ ଅଙ୍ଗରେ ଏକ ଲୋସନ ଲଗାଇବା ପାଇଁ ଦେଲେ । କିନ୍ତୁ ତାହା ଥିଲା ବିଷାକ୍ତ ଲୋସନ । ପତ୍ନୀର ଏହି ଷଡ଼ଯନ୍ତ୍ରରେ ତା ବଏଫ୍ରେଣ୍ଡ ମଧ୍ୟ ସାମିଲ ଥିଲା ।

ମହାରାଷ୍ଟ୍ରର ଅହମଦାନଗର ପୋଲିସ ଏହି ମାମଲା ଫାଇଲ କରିଛନ୍ତି । ଯୱାନଙ୍କ ଅଭିଯୋଗ ମୁତାବକ ତାଲୁକା ନଗର ପୋଲିସ ଷ୍ଟେସନ ଆଇପିସି ଧାରା ୩୦୮ ଅନୁସାରେ ମାମଲା ରୁଜୁ କଲେ । ଏହିଭଳି ଘଟଣାରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୭ ବର୍ଷ ଜେଲ ଦଣ୍ଡ ହୁଏ ।

ଅଭିଯୋଗ ଅନୁସାରେ ସୈନିକ ଜଣକ କିଛି ଦିନ ପୂର୍ବରୁ ଛୁଟିରେ ଘରକୁ ଆସିଥିଲେ । ଯାହାପରେ ତାଙ୍କ ପତ୍ନୀ ତାଙ୍କୁ ଏକ ଲୋସନ ଦେଇ କହିଲେଯେ ଏହାକୁ ବ୍ୟବହାର କରିବା ଦ୍ୱାରା ଯୌନ ସୁଖ ପ୍ରାପ୍ତ ହୋଇଥାଏ । ପତ୍ନୀଙ୍କ କଥାରେ ସୈନିକ ତାହାକୁ ଲଗାଇବା ଦ୍ୱାରା ଭୟଙ୍କର କଷ୍ଟ ହେବାକୁ ଲାଗିଲା । ଏହି ରୋଗ ଧୀରେ ଧୀରେ ଗମ୍ଭୀର ରୋଗ ଆଡ଼କୁ ନେଇ ଯାଉଥିଲା । ସନ୍ଦେହ ହେବାରୁ ସୈନିକ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାକଲେ । ତାହା ଏକ ବିଷାକ୍ତ ପଦାର୍ଥ ବୋଲି ଡାକ୍ତର ସୈନିକଙ୍କୁ କହିଲେ । ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେଯେ ସେ କିଭଳି ବଂଚିଛନ୍ତି । ଏହାପରେ ସୈନିକଙ୍କୁ ସନ୍ଦେହ ହେଲାଯେ ତାଙ୍କ ଠାରୁ ଦୂରେଇବା ପାଇଁ ତାଙ୍କ ପତ୍ନୀ ଏଭଳି କରୁଛନ୍ତି । ତେବେ ସେହି ଦୁଇ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି । ମାମଲାର ଯାଂଚ ଚାଲିଛି, ତେଣୁ ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More