Only for Entertainment

ଫ୍ୟାଶନ ଶୋ’ରେ ମଂଚ ଉପରକୁ ଦୌଡ଼ି ଯାଇ ଏହି ମଡେଲଙ୍କୁ କୁଣ୍ଢାଇ ପକାଇଲେ ଜୟା ବଚ୍ଚନ, ସମସ୍ତେ ଆଶ୍ଚର୍ଯ୍ୟ

hindirush
95

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଅବୁ ଜାନି ଏବଂ ସନ୍ଦୀପ ଖୋସଲା ଫ୍ୟାଶନ ଇଣ୍ଡଷ୍ଟ୍ରିରେ ୩୩ ବର୍ଷ ପୂରା ହେବା ଉପଲକ୍ଷେ ଏକ ଫ୍ୟାଶନ ଶୋ’ର ଆୟୋଜନ କରିଥିଲେ । ଶୋ’ ଷ୍ଟପର ଥିଲେ ଦୀପିକା ପାଦୁକୋନ । ଇଭେଂଟରେ ବଲିଉଡ ଏବଂ ଫ୍ୟାଶନ ଇଣ୍ଡଷ୍ଟ୍ରିର କେତେକ ପ୍ରସିଦ୍ଧ ବ୍ୟକ୍ତି ନଜର ଆସିଥିଲେ । ଅଭିନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ । ଇଭେଂଟରେ ଜୟା ବଚ୍ଚନ ହଠାତ ର‌୍ୟାମ୍ପ ଉପରେ ଦୌଡ଼ି ଯାଇ ଜଣେ ମଡେଲଙ୍କୁ କୁଣ୍ଢାଇ ପକାଇଲେ ।

 

 

View this post on Instagram

 

@meezaanj looked Stunning on Ramp walk #abujanisandeepkhosla #ramp #meezan #meezanjaffery #deepikapadukone

A post shared by Bharti Gaikar (@theunicornbrat9094) on

ଭିଡ଼ିଓରେ ଆପଣ ଦେଖି ପାରୁଥିବେଯେ ଦୀପିକା ପାଦୁକୋନ, ଅବୁ ଜାନି ଏବଂ ସନ୍ଦୀପ ଖୋସଲା ର‌୍ୟାମ୍ପରେ ଛିଡ଼ା ହୋଇଛନ୍ତି । ତିନିଜଣ ପୁଣିଥରେ ଫେରିବା ପାଇଁ ବୁଲୁଛନ୍ତି । ସେହି ସମୟରେ ଜୟା ବଚ୍ଚନ ର‌୍ୟାମ୍ପ ଉପରେ ଦୌଡ଼ି ଯାଇ ଜଣେ ମଡେଲଙ୍କୁ କୁଣ୍ଢାଇ ପକାଉଛନ୍ତି । ବାସ୍ତବରେ ସେହି ମଡେଲ ଅନ୍ୟ କେହି ନୁହଁନ୍ତି, ବରଂ ସେ ହେଉଛନ୍ତି ଅଭିନେତା ଜାଭେଦ ଜାଫରୀଙ୍କ ଲାଡଲା ମିଜାମ ଜାଫରୀ । ମିଜାମ ମଧ୍ୟ ସନ୍ଦୀପ ଖୋସଲା ଏବଂ ଅବୁ ଜାନିଙ୍କ ସହିତ ର‌୍ୟାମ୍ପ ୱାକ କଲେ ।

କହିରଖୁଛୁ ମିଜାମ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ବା ଶ୍ୱେତା ନନ୍ଦାଙ୍କ ଝିଅ ନବ୍ୟା ନବେଲି ଖୁବ ଭଲ ସାଙ୍ଗ । କେବଳ ସେତିକି ନୁହେଁ ବରଂ ଦୁଇଜଣଙ୍କୁ ନେଇ ଅଫେୟର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ନିକଟରେ ମିଜାନ ଫିଲ୍ମ ‘ମଲାଲ’ରେ ଡେବ୍ୟୁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More