Only for Entertainment

ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଏବଂ ପୂର୍ବ ସାଂସଦ ଜୟପ୍ରଦା ।

ndtv
50

୨୦୧୯ ଲୋକସଭା ନିର୍ବାଚନର ଠିକ ପୂର୍ବରୁ ନେତାମାନେ ଦଳ ବଦଳାଇବା ଆରମ୍ଭ କରି ସାରିଲେଣି । ଏହି ମଧ୍ୟରେ ଦିନେ ସମାଜବାଦୀ ପାର୍ଟିରେ ନେତ୍ରୀ ଥିବା ଜୟପ୍ରଦା ବିଜେପିର ହାତ ଧରିଛନ୍ତି । ଅଭିନେତ୍ରୀ ଏବଂ ପୂର୍ବ ସାଂସଦ ଜୟପ୍ରଦା ମଙ୍ଗଳବାରକୁ ବିଜେପିରେ ସାମିଲ ହୋଇଛନ୍ତି । କୁହାଯାଉଛିଯେ ବିଜେପି ତାଙ୍କୁ ୟୁପିର ରାମପୁରରୁ ଲୋକସଭାର ଆଶାୟୀ ପ୍ରାର୍ଥୀ ଭାବରେ ଛିଡ଼ା କରିପାରେ ।

ଜୟପ୍ରଦା ସଦସ୍ୟତା ଗ୍ରହଣ କରିବା ସମୟରେ କହିଛନ୍ତିଯେ ପିଏମ ମୋଦିଙ୍କ ହାତରେ ଦେଶ ସୁରକ୍ଷିତ । ଏହି ସମୟରେ ସେ ଅମିତ ଶାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏପର୍ଯ୍ୟନ୍ତ କରିଥିବା ସମସ୍ତ କାମକୁ ହୃଦୟରୁ କରିଥିବା କହିଛନ୍ତି ଜୟପ୍ରଦା । ୨୦୦୯ରେ ଜୟପ୍ରଦା ରାମପୁରରୁ ସମାଜବାଦୀ ପାର୍ଟିରେ ଟିକେଟରେ ନିର୍ବାଚନ ଜିତିଥିଲେ, କିନ୍ତୁ ଏସପି ନେତା ଅଜମ ଖାନଙ୍କ ସହିତ ମତଭେଦ ହେବାରୁ ତାଙ୍କୁ ସପାରୁ ଟିକେଟ ମିଳିପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More