Only for Entertainment

୧୦ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଜୟ ପ୍ରଦା ।

Amar Ujala
69

ଅଭିନେତ୍ରୀରୁ ରାଜନୀତିରେ ପ୍ରବେଶ କରିଥିବା ଜୟ ପ୍ରଦା ଲମ୍ବା ସମୟ ଧରି ବଡ଼ ପରଦାରୁ ଦୂରେଇ ଅଛନ୍ତି । କିନ୍ତୁ ରାଜନୀତିରେ ସେ ଏବେ ମଧ୍ୟ ସକ୍ରିୟ ଅଛନ୍ତି । ନିକଟରେ ଯୋଗ ଦେଇଥିବା ଏକ ଇଭେଂଟରେ ନିଜ ଜୀବନକୁ ନେଇ କିଛି କଥାର ଖୁଲାସା କରିଛନ୍ତି । ଏହି ମଧ୍ୟରେ ସେ କହିଛନ୍ତି କିଭଳି ଲୋକମାନେ ତାଙ୍କ ସହିତ ଉମର ସିଂଙ୍କ ନାମ ଯୋଡ଼ିଲେ । ଏଭଳି ଏକ ଦିନ ଥିଲା ଯେତେବେଳେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ ।

ଉମର ସିଂଙ୍କୁ ସେ କଡଫାଦର ବୋଲି କୁହନ୍ତି । ତାଙ୍କ ସହିତ ମୋ ଚରିତ୍ରକୁ ଖରାପ ଭାବରେ ଦର୍ଶାଯାଇଛି । ମୁଁ କେବଳ କାନ୍ଦୁଥିଲି ଏବଂ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, କିନ୍ତୁ ଉମର ସିଂ କେବଳ ମୋ ସହିତ ଛିଡ଼ା ହୋଇଥିଲେ । ମୋତେ ସମର୍ଥନ କଲେ । ୨୦୦୯ରେ ଜୟ ପ୍ରଦା ଆଜମ ଖାନଙ୍କ ନାମରେ ଅଶ୍ଲୀଳ ଫଟୋ ଖେଳାଇବାର ଅଭିଯୋଗ କରିଥିଲେ ।

ଜୟ ପ୍ରଦା ୧୯୮୬ରେ ପ୍ରଯୋଜକ ଶ୍ରୀକାନ୍ତ ଚହଟାଙ୍କୁ ବିବାହ କରିଥିଲେ । ସେ ତାଙ୍କର ଦ୍ୱିତୀୟ ପତ୍ନୀ । ସେହି ସମୟରେ ମାହୋଲ ଖୁବ ଗରମ ଥିଲା କାରଣ ଶ୍ରୀକାନ୍ତ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇନଥିଲେ, ଏବଂ ଜୟପ୍ରଦାଙ୍କୁ ବିବାହ କରିଥିଲେ । ଦୁଇ ପତ୍ନୀ ବୁଛାମଣା ଠିକ ରଖି ସାଙ୍ଗ ହୋଇ ରହିଲେ । ଶ୍ରୀକାନ୍ତଙ୍କ ପ୍ରଥମ ପତ୍ନୀଙ୍କର ୩ଟି ପିଲା ଥିବାବେଳେ ଜୟ ପ୍ରଦାଙ୍କର କୌଣସି ପିଲା ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More