Only for Entertainment

ଜନ୍ମଦିନରେ ଘୋଷଣା ହେଲା ଜୟଲଲିତାଙ୍କ ବାୟୋପିକ୍‌ର ନାଁ

24

ଡିସେମ୍ବର ୫, ୨୦୧୬ରେ ତାମିଲନାଡୁ ରାଜନୀତିରେ କଳା ବାଦଲ ଛାଇ ଯାଇଥିଲା । ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ. ଜୟଲଲିତା ନିଜ ଜନତାଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । ସାରା ରାଜ୍ୟ ନିଜ ଅମ୍ମାଙ୍କୁ ହରାଇ ଲୁହର ସାଗରେ ଭାସି ଯାଇଥିଲା । ତାଙ୍କର ପରଲୋକ ହେବା ପରେ ଅନେକ ଫିଲ୍ମ ନିର୍ମାତା ତାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବେ ବୋଲି ଘୋଷଣା କରିଥିଲେ । ସେ ମଧ୍ୟରୁ ଏବେ ଜଣେ ଫିଲ୍ମ ନିର୍ମାତା ବାୟୋପିକ୍‌ର ନାଁ ଘୋଷଣା କରିଛନ୍ତି ।

 

ଫେବୃଆରୀ ୨୪ରେ ଜୟଲଳିତାଙ୍କ ୭୧ତମ ଜନ୍ମଜୟନ୍ତୀ ଥିବା ବେଳେ ଏହି ଅବସରରେ ଫିଲ୍ମ ନିର୍ମାତା ଏଏଲ ବିଜୟ ଫିଲ୍ମର ଟାଇଟେଲ ଘୋଷଣା କରିଛନ୍ତି । ଫିଲ୍ମର ନାଁ ‘ଥଲାଇବି’ ହେବ ବୋଲି ଘୋଷଣା କରଛନ୍ତି ଫିଲ୍ମ ନିର୍ମାତା ଏଏଲ ବିଜୟ । ଫିଲ୍ମକୁ ନେଇ ୯ମାସ ହେଲା ରିସର୍ଚ୍ଚ ଚାଲୁଥିବା ବେଳେ ଫିଲ୍ମରେ କିଏ କିଏ ଅଭିନୟ କରିବେ ତାହା ଖୁବ୍‌ ଶୀଘ୍ର ଜଣା ପଡ଼ିବ ବୋଲି କହିଛନ୍ତି ବିଜୟ । ଫିଲ୍ମଟି ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍‌ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More