Only for Entertainment

ୱେବ ସରିଜ ‘କ୍ୱିନ’ ଉପରେ ଆପତ୍ତି ଉଠାଇଲେ ଜୟଲଳୀତାଙ୍କ ପୁତୁରା, କହିଲେ କିଛି ଏଭଳି…

indianexpress
23

ନିର୍ଦ୍ଦେଶକ ଗୌତମ ମେନନ୍‌ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ଏକ ୱେବ୍‌ସିରିଜ୍‌ ତିଆରି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଜୟଲଳିତାଙ୍କ ଜୀବନକୁ ନେଇ ତିଆରି ହେଉଥିବା ୱେବ୍‌ସିରିଜ୍‌ ଉପରେ ତାଙ୍କ ପରିବାର ଲୋକେ ଖୁସି ନାହାନ୍ତି। ତାଙ୍କ ପୁତୁରା ଦୀପକ ଜୟକୁମାର ଏହାର ନିର୍ମାତା ଗୌତମ ମେନନ୍‌ଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ୱେବ୍‌ସିରିଜ୍ ପାଇଁ ମେନନ୍ ତାଙ୍କ ପରିବାରର ଅନୁମତି ନେଇ ନାହାନ୍ତି।

ଦୀପକ କହିଛନ୍ତି, “ଆମ୍ମା ଜଣେ ରାଜନେତ୍ରୀ ଥିଲେ। ତେଣୁ ତାଙ୍କର ରାଜନୈତିକ ଜୀବନକୁ ଏହି ୱେବ୍‌ସିରିଜରେ ପ୍ରଦର୍ଶିତ କଲେ ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୋର ବା ମୋ’ ଭଉଣୀ ଦୀପାଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ପରଦାରେ ପ୍ରଦର୍ଶିତ କରିବାର ଅଧିକାର କାହାରି ନାହିଁ।”

ସେ ଆହୁରି କହିଛନ୍ତି, “ଯଦି ସେହି ୱେବ୍‌ସିରିଜ୍‌ରେ ଆମ୍ମାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କୌଣସି କଥା ପ୍ରଦର୍ଶିତ କରାଯାଏ, ତା’ହେଲେ ମୁଁ ମେନନ୍‌ଙ୍କ ନାଁରେ ମାନହାନି ମକଦ୍ଦମା କରିବି।”

‘କ୍ୱିନ୍’ରେ ଅଭିନେତ୍ରୀ ରମ୍ୟା କୃଷ୍ଣ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ୱେବ ସରିଜ ବ୍ୟତିତ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ମଧ୍ୟ ନିର୍ମାଣ ହେଉଛି ମାତ୍ର ଏହି ଫିଲ୍ମକୁ ନେଇ ତାଙ୍କ ପରିବାର ଲୋକଙ୍କର କୌଣସି ଆପତ୍ତି ନାହିଁ । କାରଣ ଫିଲ୍ମର ନିର୍ଦ୍ଦେଶକ ଏ.ଏଲ୍‌ ବିଜୟଙ୍କୁ ଏନେଇ ଜୟଲଳିତାଙ୍କ ପରିବାର ନୋ-ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ଦେଇଛି। ଏହି ଫିଲ୍ମରେ କଙ୍ଗନା ରାନାୱତ୍ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି। ସୂଚନାଯୋଗ୍ୟ, ଦୀପକ ଓ ଦୀପା ହେଉଛନ୍ତି ଜୟଲଳିତାଙ୍କ ବଡ଼ଭାଇଙ୍କ ପୁଅ ଓ ଝିଅ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More