Only for Entertainment

ରିଲିଜ ହେଲା ଓଲିଉଡ ଫିଲ୍ମ ‘କୁଇନ’ର ରୋମାଂଟିକ ଗୀତ ‘ତୋ ସ୍ପନ୍ଦନ ମୋ ସ୍ପନ୍ଦନ’ ।

35

ରିଲିଜ ହେଲା ଓଲିଉଡ ଅଭିନେତ୍ରୀ ବର୍ଷା ଓ ଜୟଜୀତ୍ ଷ୍ଟାରର ଆଗାମୀ ଫିଲ୍ମ ‘କୁଇନ’ର ରୋମାଂଟିକ ଗୀତ ‘ତୋ ସ୍ପନ୍ଦନ ମୋ ସ୍ପନ୍ଦନ’ । ଏହି ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ ସାଗର ଏବଂ ଇରା ମହାନ୍ତିଙ୍କ ଗାୟିକୀ । ବିଦିଶା କ୍ରାଫ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ୧୧ତମ ସିନେମାରେ ଭାବେ ପ୍ରସ୍ତୁତ ହେଉଛି ଫିଲ୍ମ କୁଇନ । ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ଅଭିନେତା ହ୍ୟାଣ୍ଡସମ ଷ୍ଟାର ଜୟଜୀତ୍ ଦାସଙ୍କୁ ଦେଖିବାକୁ ମିଳିବ । ଏହି ଯୋଡିକୁ ଗତ କିଛିଦିନ ପୂର୍ବରୁ ଏକ ବିଜ୍ଞାପନରେ ବି ଦେଖିବାକୁ ମିଳିଥିଲା । ଜୟଜିତ୍ ନାୟକ ଭାବେ ବାପା ତମେ ଭାରି ଦୁଷ୍ଟ ଜରିଆରେ ଓଲିଉଡରେ କରିଥିଲେ ଏଂଟ୍ରି । ଆଉ ଏବେ ତାଙ୍କ ଦ୍ୱିତୀୟ ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଜୟଜୀତ ।

ଫିଲ୍ମର ସମସ୍ତ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । । ଏହି ଗୀତକୁ ଲେଖିଛନ୍ତି ଅରୁଣମନ୍ତ୍ରୀ ଓ ଜୟନ୍ତ ଦାଶ । ଏହି ଗୀତରେ ଜୟଜିତ ଏବଂ ବର୍ଷାଙ୍କ ମଧ୍ୟରେ ରୋମାଂଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ନାୟିକା ବର୍ଷା ଅଭିନୟ ସହ ପ୍ରଥମ ଥର ପାଇଁ ମନଛୁଆଁ କାହାଣୀ ଲେଖିଛନ୍ତି । ଫିଲ୍ମରେ ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ ।

ନାରୀ କେନ୍ଦ୍ରିତ କାହାଣୀରେ ନିର୍ମିତ ଏହି ସିନେମାର ସମ୍ପୂର୍ଣ୍ଣ ସୁଟିଂ ଓଡିଶାରେ କରାଯାଇଛି । ବର୍ଷା ଓ ଜୟଜୀତଙ୍କ ସହ ଅଭିନେତ୍ରୀ ଲିପ୍ସା,ହରିହର ମହାପାତ୍ରା,ଉଷଶୀ ମିଶ୍ର ଓ ଅନନ୍ତ ରଥ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଫିଲ୍ମ କୁଇନର ସମସ୍ତକାମ ଶେଷ ହୋଇଛି । ଏବେ ଅପେକ୍ଷା ରିଲିଜର । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଜାନୁଆରୀ ୩ୟ ସପ୍ତାହରେ ରିଲିଜ କରାଯିବ ବୋଲି ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More