Only for Entertainment

କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ଓଡ଼ିଆ ମଡେଲ, ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୁଲିସ

276

କାଷ୍ଟିଂ କାଉଚ୍ ଅଭିଯୋଗରେ ପ୍ରଯୋଜକ ଜେଡି ରାଉତଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଜେଡିଙ୍କ ନିର୍ଯାତନା ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଥିଲେ ମଡେଲ । ମଡେଲଙ୍କ ଅଭିଯୋଗ ପରେ ସହିଦନଗର ଅଞ୍ଚଳରୁ ଗିରଫ କଲା କମିଶନରେଟ ପୁଲିସ । ଅଭିଯୋଗ ଅନୁଯାୟୀ, ଚଳଚ୍ଚିତ୍ରରେ ସୁଯୋଗ ଦେବା ନାଁରେ ମଡେଲଙ୍କୁ ଯୈାନ ଶୋଷଣ କରିଥିଲେ ।

ତେବେ କେମିତି ପ୍ରଯୋଜକ ଜଣକ ମଡେଲଙ୍କୁ ଯୈାନ ଶୋଷଣ କରିଥିଲେ । କେମିତି ୱେବ ସିରିଜରେ ସୁଯୋଗ ଦେବା ନେଇ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିଲେ । ତାର ପୁରା ଘଟଣା ବି ସାମ୍ନାକୁ ଆସିଛି । କେବଳ ବୋଲଡ ସିନ୍ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ବୋଲି ପ୍ରଯୋଜକ ଜେଡି ରାଉତ କହିଥିବା ଅଭିଯୋଗ କରିଛନ୍ତି ମଡେଲ୍ ।

ଚଳଚିତ୍ର ଜଗତରେ ପାଦ ଥାପିବା ପାଇଁ ଯେ ଏତେ ବଡ ମୁଲ୍ୟ ଦେବାକୁ ପଡିବ ତାହା କେବେ ଚିନ୍ତା କରିନଥିଲେ ଏହି ମଡେଲ ଜଣଙ୍କ । ନେଟଫ୍ଲିକ୍ସରେ ୱେବସିରିଜ ପାଇଁ ଜଣେ ଓଡିଆ ପ୍ରଯୋଜକ ଜେଡି ରାଉତ ଏହି ଯୁବତୀଙ୍କୁ ରୁପେଲୀ ପରଦାରେ ହିରୋଇନ କରିବା ପାଇଁ ବଡ ବଡ ସ୍ୱପ୍ନ ଦେଖାଇଥିଲେ । ଦିନକୁ ଦରମା ୧୦ହଜାର ଟଙ୍କା । କିଛି ଏଭଳି ପ୍ରତିଶ୍ରୁତି ପରେ ମଡେଲ ପହଂଚିଥିଲେ ପ୍ରଡ୍ୟୁସରଙ୍କ ଷ୍ଟୁଡିଓରେ । ଆଉ ଷ୍ଟୁଡିଓ ଭିତରେ ଯାହା ଘଟିଲା ତାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

ମଡେଲଙ୍କ ମୁହଁରୁ ଶୁଣନ୍ତୁ କଣ ହୋଇଥିଲା ଷ୍ଟୁଡିଓ ଭିତରେ :

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More