Only for Entertainment

ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଭଉଣୀ

अरे चिंटू
0 44

ବଲିଉଡର ବିଗତ ଦିନର ବଡ ଷ୍ଟାର ତଥା ବଲିଉଡ ଲୋକପ୍ରିୟ ଅଭିନେତା ଜିତେନ୍ଦ୍ରଙ୍କୁ ବିବାଦ ଘେରି ନେଇଛି। ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଜିତେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆଉ ଏହି ଦୁଷ୍କର୍ମ ଘଟଣାଟି ଆଜିକାଲିର ନୁହେଁ ୪୭ ବର୍ଷ ତଳର । ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଏକ ଥାନାରେ ଜିତେନ୍ଦ୍ରଙ୍କ ବିରୋଧରେ ଅଫଆଇଆର ଦାଖଲ କରି ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପୀଡିତା ଜିତେନ୍ଦ୍ରଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୋତେ ୧୮ବର୍ଷ ହୋଇଥିଲା ଜିତେନ୍ଦ୍ରଙ୍କୁ ୨୮ବର୍ଷ। ସେତେବେଳେ ଜିତେନ୍ଦ୍ର ମୋତେ ଯୌନ ନିର୍ୟାତନା ଦେଇଥିଲେ। ଏହି ମାମଲାରୁ ତଦନ୍ତ କରି ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ପୀଡିତା ପୁଲିସ ନିକଟରେ ପାଇଁ ଦାବି କରିଛନ୍ତି।

ପୀଡିତା କହନ୍ତି, ମୋତେ ୧୮ବର୍ଷ ବୟସ ହୋଇଥିବା ବେଳେ ଜିତେନ୍ଦ୍ର ମୋର ବାପାଙ୍କୁ ଭେଟିଥିଲେ ଏବଂ କହିଥିଲେ ମୁଁ ଝିଅକୁ ଫିଲ୍ମ ସୁଟିଂ ସେଟକୁ ନେଇ ଯାଉଛି। ସେଠାରେ ଜିତେନ୍ଦ୍ର ମୋ ସହିତ ଖରାପ କାମ କରିଥିଲେ। ଏହି ଘଟଣା ପରେ ମୁଁ କାହାକୁ କ’ଣ କହିବି ବୁଝି ପାରି ନଥିଲି, କିଛି ଦିନ ପାଇଁ ସ୍ତବ୍ଧ ହୋଇଯାଇଥିଲି। ଯାହାଫଳରେ ମୁଁ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିଲି। ସବୁବେଳେ ଭୟ ଥିଲା ଜିତେନ୍ଦ୍ର ଜଣେ ନାମୀଦାମୀ ଅଭିନେତା। ଯଦି ମୁଁ ତାଙ୍କ ସମ୍ପର୍କରେ ଏଭଳି କଥା କାହାକୁ କୁହେଁ, ତେବେ ସେମାନେ ମୋର କଥାକୁ ବିଶ୍ୱାସ କରିବେ ନାହିଁ ଏବଂ ମୋତେ ଚିରତ୍ରହୀନା ସଜେଇ ଦେବେ। ମୋର ପିତା-ମାତାଙ୍କ ମୃତ୍ୟୁ ପରେ ସାହାସ ଜୁଟାଇ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିବାକୁ ସ୍ଥିର କରିଲି। କାରଣ ଯଦି ମୋର ପିତା-ମାତା ଯଦି ଜାଣି ଥାଆନ୍ତେ, ଜିତେନ୍ଦ୍ର ମୋ ସହିତ ଏମିତି କାମ କରିଛନ୍ତି ତେବେ ତାଙ୍କୁ ବହୁତ ଦୁଃଖ ହୋଇଥାଆନ୍ତା।

ହୁଏତ ଏହି ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବିଳମ୍ବ ହୋଇଯାଇଛି। ତେବେ ମୋ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାର ସାହାସ ମି ଠୁ ଜରିଆରେ ଜୁଟାଇ ପାରିଛି। ଏହି ଆନ୍ଦୋଳନ ଜରିଆରେ ଦୁନିଆରେ ଲକ୍ଷଲକ୍ଷ ପୀଡିତା ନିଜ ସହିତ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲି ପାରିବେ ବୋଲି ମୋର ଆଶା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More