Only for Entertainment

ଲାଇଭ ଶୋ’ରେ ଗାଉଥିବା ବେଳେ ଷ୍ଟେଜରେ ପଡିଲେ ହଲିଉଡ ସିଙ୍ଗର ଜେନିଫର ଲୋପେଜ, ଭିଡିଓ ଭାଇରାଲ !

amarujala
0 40

ନିଜର ଶାନଦାର ଗୀତରେ ଲୋକଙ୍କୁ ମତୁଆଲା କରୁଥିବା ସିଙ୍ଗର ଜେନିଫର ଲୋପେଜ ଏବେ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆରେ ଚାଲିଥିବା ଖବର ମୁତାବକ ଜେନିଫର ଆମେରିକାର ଲସବେଗାସରେ ଅନୁଷ୍ଠିତ ହେଉଥିବା ଏକ କନସର୍ଟରେ ଲାଇଭ ପରଫର୍ମାନ୍ସ ଦେଉଥିଲେ ।

ଏହି ସମୟରେ ସେ ଷ୍ଟେଜରେ ନିଜର ସୁପରହିଟ ଗୀତ ‘ଡାନ୍ସ ଏଗେନ’ରେ ପରଫର୍ମ କରୁଥିଲେ, ସେହି ସମୟରେ ଷ୍ଟେଜରେ ତାଙ୍କ ଗୋଡ ଖସି ଯାଇଥିଲା ସେ ପଡିଯାଇଥିଲେ । ଯଦିଓ କିଛି ସେକେଣ୍ଡରେ ସେ ନିଜକୁ ସମ୍ଭାଳି ନେଇଥିଲେ, ମାତ୍ର ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜେନିଫର ଲୋପେଜ କେବଳ ସୁନ୍ଦର ଗୀତ ପାଇଁ ନୁହଁନ୍ତି ସୁପରହିଟ ଫିଲ୍ମ ପାଇଁ ମଧ୍ୟ ପରିଚିତ । ସେ ‘ଦ ବୟ ନେକ୍ସ୍ଟ ଡୋର’ ଏବଂ ‘ସେଲିନା’ଭଳି ଫିଲ୍ମ କରିଛନ୍ତି । ଏହାବ୍ୟତୀତ ଜେନିଫର ଲୋପେଜ ନିଜ ଅନ୍ଦାଜ ଏବଂ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More