Only for Entertainment

ଜେନିଫର ଲୋପେଜଙ୍କ ଖୁଲାସା, ଲାଟିନ୍ ଝିଅ ହୋଇଥିବାରୁ ମିଳୁଥିଲା ଚାକରାଣୀ ରୋଲ୍ ଅଫର

Well+Good
31

ଆମେରିକାନ ସିଙ୍ଗର ତଥା ଅଭିନେତ୍ରୀ ଜେନିଫର ଲୋପେଜ ନିକଟରେ ଏକ ଖୁଲାସା କରିଛନ୍ତି । ଜେନିଫରଙ୍କ କହିବା ଅନୁସାରେ ସେ ଲାଟିନର ମୂଳ ବାସିନ୍ଦା ହୋଇଥିବାରୁ ପ୍ରଥମେ ପ୍ରଥମେ ତାଙ୍କୁ ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା । ସେ କହିଛନ୍ତି, ୩୦ ବର୍ଷ ପୂର୍ବେ କୁହାଯାଉଥିଲା ତୁମେ ଲାଟିନ ଝିଅ ତୁମେ ଚାକରାଣୀ ଭୂମିକାରେ କର । କିନ୍ତୁ ପରେ ମୁଁ ନିଜକୁ ପ୍ରମାଣିତ କରିଥିଲି । କାରଣ ନିଜକୁ ପ୍ରମାଣିତ କରିବାକୁ ପଡିଥାଏ ।

ଏହା ପୂର୍ବରୁ ଜେନିଫର ଲୋପେଜ ଏବଂ ଅବସର ନେଇଥିବା ବେସବଲ ଖେଳାଳୀ ଏଲେକ୍ସ ରେଡ୍ରିଗେଜ ଦୁଇ ବର୍ଷ ପର୍ଯ୍ୟନ୍ତ ଡେଟିଂ ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏହା ପରେ ଦୁହେଁ ଏନଗେଜମେଣ୍ଟ କରିଥିଲେ । ଏବେ ଦୁହେଁ ନିଜ ଲଭ ଲାଇଫକୁ ଏଞ୍ଜୟ କରୁଛନ୍ତି । ଏପର୍ଯ୍ୟନ୍ତ ଦୁହିଁଙ୍କ ବିବାହ ତାରିଖ ଫାଇନାଲ ହୋଇନାହିଁ ।

କହିରଖୁଛୁ ଯେ, ଜେନିଫର ଲୋପେଜ ୧୯୯୭ ଫେବୃଆରୀରେ ଓଜନୀ ନୋଆଙ୍କୁ ବିବାହ କରିଥିଲେ । ଓଜନୀ ନୋଆଙ୍କ ଠାରୁ ଅଲଗା ହେବା ପରେ ସେ କ୍ରିସ ଜୁଡଙ୍କୁ ବିବାହ କରିଥିଲେ । ୨୦୦୨ରେ ଜେନିଫର ପୁଣିଥରେ ବେନ ଅଫ୍ଲେକଙ୍କୁ ବିବାହ କରିଥିଲେ ମାତ୍ର ଏହି ବିବାହ ୨୦୦୪ ପର୍ଯ୍ୟନ୍ତ ଚାଲିଥିଲା । ୨୦୦୪ରେ ଜେନିଫର ନିଜର ପୁରୁଣା ବନ୍ଧୁ ମାର୍କ ଏଥନୀଙ୍କୁ ବିବାହ କରିଥିଲେ ମାତ୍ର ତାହା ବି ସଫଳ ହୋଇପାରିଲା ନାହିଁ । ତେବେ ଏଲେକ୍ସଙ୍କ ସହିତ ଜେନିଫରଙ୍କର ଏହା ୫ମ ବିବାହ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More