Only for Entertainment

ପୁଣିଥରେ ଅସୁବିଧାରେ ପଡିଲେ ଜେନିଫର, ସୁଟିଂ ସେଟରେ ଲାଗିଲା ନିଆଁ

hindustan
0 37

ଲାଗୁଛି ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ କାହାର ନଜର ଲାଗିଯାଇଛି । ସେଥିପାଇଁ ତ ସେ ଯେଉଁ ସିରିଏଲରେ କାମ କରୁଛନ୍ତି ସେହି ସେଟରେ ନିଆଁ ଲାଗିଯାଉଛି । ଆଜ୍ଞା ହଁ, ଜେନିଫରଙ୍କର ଅପକମିଙ୍ଗ ଶୋ ‘ବେପନାହା’ ସେଟରେ ମଧ୍ୟ ନିଆଁ ଲାଗିଯାଇଛି । ସିରିଏଲର ସୁଟିଂ ଚାଲିଥିବା ସମୟରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ସୁଟିଂ ସେଟରେ ୧୫୦ ଜଣ ଲୋକ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ସାମିଲ ଥିଲେ । ସିରିଏଲ ‘ବେପନାହା’ ବ୍ୟତୀତ ଆଉ ଏକ ସିରିଏଲ ‘ହାସିଲ’ର ମଧ୍ୟ ଏଠାରେ ସୁଟିଂ ଚାଲିଥିଲା ।

ଏହି ଷ୍ଟୁଡିଓ ମୁମ୍ବାଇର କାଂଜୁରମାର୍ଗରେ ଅବସ୍ଥିତ । ନିଆଁ ଲାଗିବା ପରେ ସମସ୍ତଙ୍କୁ ଷ୍ଟୁଡିଓରୁ ବାହାରକୁ ଅଣାଯାଇଥିଲା । ସେଠାରେ ଉପସ୍ଥିତ ଥିବା ୟୁନିୟନ ନେତାଙ୍କ କହିବା ଅନୁସାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ସୂଚନା ଅନୁସାରେ ଜେନେରେଟରରେ ସ୍ପାର୍କ ହେବା କାରଣରୁ ନିଆଁ ଲାଗିଯାଇ ପରେ ଚାରିଆଡେ ଧୂଆଁ ବ୍ୟାପି ଯାଇଥିଲା ।
ପୋଲିସ ଓ ଦମକଳ କର୍ମୀ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନିଆଁ ଲାଗିବା ପରେ ୬ଟି ଫାୟାର ଇଂଜିନ ଓ ୪ଟି ୱାଟର ଟ୍ୟାଙ୍କରକୁ ସେହି ସ୍ଥାନକୁ ପଠାଯିବା ସହିତ ନିଆଁକୁ ଆୟତ କରାଯାଇଥିଲା । ଏଥିରେ କେହି ଆହାତ ହେବାର ସୂଚନା ମିଳିନାହିଁ ।

୨୦୧୭ ସେପ୍ଟେମ୍ବରରେ ଜେନିଫରଙ୍କର ଶୋ ‘ବେହଦ’ରେ ନିଆଁ ଲାଗିଯାଇଥିଲା । ଏବଂ ଏହି ନିଆଁରେ ଟିଭି କଳାକାର କୁଶାଲ ଟଣ୍ଡନ ଓ ଅନେରୀ ଭଜାନୀ ଫସି ଯାଇଥିଲେ । ଏହି ସମୟରେ କୁଶାଲ(ଅର୍ଜୁନ) ଓ ଜେନିଫର (ମାୟା)ଙ୍କର ବିବାହର ଦୃଶ୍ୟ ସୁଟିଂ କରାଯାଉଥିଲା । ଏହା ପୂର୍ବରୁ ଫେବୃୟାରୀ ୨୦୧୭ରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏଥିରେ କୁଶାଲ ଏବଂ ଜେନିଫର ଆହାତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More