Only for Entertainment

କଟକସ୍ଥିତ ଝାଞ୍ଜୀର ମଙ୍ଗଳାଙ୍କ କାହାଣୀ !

trip suggest
0 56

କଟକ ମହାନଗର ନିଗମର ୨୭, ୨୯ ଏବଂ ୩୦ଟି ୱାର୍ଡକୁ ନେଇ ଝାଞ୍ଜିର ମଙ୍ଗଳା ସାହି ରଖାଯାଇଛି । ଝାଞ୍ଜିର ମଙ୍ଗଳାଙ୍କ ନାମାନୁଯାୟୀ ଏହି ସବୁ ଅଂଚଳ ଝାଞ୍ଜିର ମଙ୍ଗଳା ସାହି ରୂପେ ପରିଚିତ । କିମ୍ବଦନ୍ତୀ କୁହେ ଯେ, ମା ଝାଞ୍ଜିର ମଙ୍ଗଳା ଆର୍ବିଭାବ ହୋଇଥିଲେ । ସେ ସମୟରେ ଏହି ଅଂଚଳ ଘଂଚ ଜଙ୍ଗଲରେ ଭରପୂର ଥିଲା ।

ହଠାତ୍ ଜଣେ ସାଧୁ ଏହି ଅଂଚଳକୁ ଆସି ତପସ୍ୟା କରିଥିଲେ । ସେ ଯେଉଁଠାରେ ତପସ୍ୟା କଲେ ତାହା ଏକ ସାଧନା ପୀଠ ରୂପେ ପରିଣତ ହୋଇଥିଲା । ହଠାତ୍ ଉକ୍ତ ସାଧୁ ଜଣକ ଏକ ନାରୀଙ୍କୁ ଦର୍ଶନ କଲେ । ସେହି ମହିଳାଙ୍କୁ ପରିଚୟ ମାଗିଥିଲେ । କିନ୍ତୁ ସେହି ନାରୀ ଜଣକ ଉତ୍ତର ଦେଲେ ନାହିଁ ।

jhanjir mangala

ସାଧୁ ଜଣକ ଉତ୍ତର ନପାଇଁ ତାଙ୍କୁ ଅକ୍ତିଆର କରିବା ଲାଗି ପ୍ରୟାସ କରିଥିଲେ । ହଠାତ ସେହି ନାରୀ ପଥର ପାଲଟିଯିବା ପରେ କହିଥିଲେ ସେ ହେଉଛନ୍ତି ମା ମଙ୍ଗଳା । ସେହି ଦିନ ଠାରୁ ସେହି ଠାରେ ମା’ଙ୍କର ପୂଜାର୍ଚ୍ଚନା ହେବାକୁ ଲାଗିଲା ।

ଏଠାରେ ଲୋକମାନେ ବସବାସ କରିବା ସହ ଝାଞ୍ଜି ଖରାରେ ମା’ ଆର୍ବିଭୂତ ହୋଇଥିବାରୁ ସେହି ସ୍ଥାନର ନାମ ରଖାଯାଇଥିଲା ଝାଞ୍ଜିର ମଙ୍ଗଳା । ମା’ ଝାଞ୍ଜିର ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପୂଜା ଖୁବ ଧୁମଧାମରେ ପାଳନ କରାଯାଏ ଏବଂ ପୂଜାର୍ଚ୍ଚନା କରିବା ପାଇଁ ଏଠାକୁ ଅନେକ ଲୋକ ଆସନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More