Only for Entertainment

‘ଧଡକ’ର ଟାଇଟଲ ଟ୍ରାକରେ ଜାହ୍ନବୀ-ଇଶାନଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଭିଡିଓ ଭାଇରାଲ

Bollywoodlife
0 40

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟରଙ୍କ ଏବେ ଫିଲ୍ମ ‘ଧଡକ’ ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ବୁଧବାର ଦିନ ଫିଲ୍ମ ‘ଧଡକ’ର ଟାଇଟଲ ଟ୍ରାକ ରିଲିଜ କରାଯାଇଛି । ଫିଲ୍ମ ଏହି ଗୀତକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଗୀତକୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

dhadak

ଅନ୍ୟପକ୍ଷରେ ଗୀତ ଲଂଚ ହେବା ଅବସରରେ ଜାହ୍ନବୀ ଏବଂ ଇଶାନ ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ ସହିତ ଜୟପୁରର ଏକ ମଲରେ ପହଁଚିଥିଲେ । ସେଠାରେ ଇଶାନ ଏବଂ ଜାହ୍ନବୀ ଏହି ରୋମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କରିଥିଲେ । ଲୋକେ ମଧ୍ୟ ତାଙ୍କୁ ଖୁବ ଚିୟର କରିଥିଲେ । ଦୁହିଁଙ୍କ ଜବରଦସ୍ତ କେମେଷ୍ଟୀ ଡ୍ୟାନ୍ସରେ ନଜର ଆସିଥିଲା ।

 

କହିରଖୁଛୁ ଯେ ଫିଲ୍ମର ନିର୍ମାତା ଏହି ଗୀତକୁ ଏକ ଭିନ୍ନ ଅନ୍ଦାଜରେ ସୁଟ କରିଛନ୍ତି । ଏହି ଗୀତକୁ ବିନା ମ୍ୟୁଜିକରେ ସୁଟ କରାଯାଇଛି । ଜାହ୍ନବୀ କହିଛନ୍ତି ଯେ ଏହା ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ ପାଇଁ ହୋଇପାରିଛି । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଲଂଚ କରାଯାଇଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More