Only for Entertainment

ପିଲାଦିନେ ଗୋଲୁମୋଲୁ ଦିଶୁଥିଲେ ଜାହ୍ନବୀ କପୁର, ଧଡକ ପରେ ବଦଳିଲା ଲୁକ !

33

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜି ନିଜର ୨୨ତମ ଜନ୍ମ ଦିନ ପାଳନ କରୁଛନ୍ତି । ଫିଲ୍ମ ଧଡକରେ ଡେବ୍ୟୁ କରିଥିବା ଜାହ୍ନବୀଙ୍କ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରିଥିଲେ । ଅନେକ ସମୟରେ ଲୋକମାନେ ତାଙ୍କ ଅଭିନୟର ତୁଳନା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କରନ୍ତି । ୨୨ବର୍ଷ ବୟସରେ ହଟ ଦେଖାଯାଉଥିବା ଏହି ଅଭିନେତ୍ରୀ ପିଲାଦିନେ ଖୁବ କ୍ୟୁଟ ଏବଂ ଗୋଲୁମୋଲୁ ଦେଖାଯାଉଥିଲେ ।

ପିଲାଦିନରୁ ନେଇ ଏବେ ପର୍ଯ୍ୟନ୍ତ ତାଙ୍କ ଲୁକରେ ଅନେକ ପରିବର୍ତ୍ତନ ଆସିଛି । ଶୁଣିବାକୁ ମିଳିଛି ଯେ ଜାହ୍ନବୀ ପିଲାଦିନରୁ ପେଟିଂ କରିବାକୁ ପସନ୍ଦ କରନ୍ତି । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଫିଲ୍ମ ଧଡକ ୨୦୧୮ ଜୁଲାଇ୨୦ରେ ସମସ୍ତ ସିନେମାଘରେ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଈଶାନ ଖଟ୍ଟର ନଜର ଆସିଥିଲେ । ଏହି ଫିଲ୍ମ ମରାଠୀ ଫିଲ୍ମ ସୈରାଟ’ର ହିନ୍ଦୀ ରିମେକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More