Only for Entertainment

ନେହା ଧୁପିଆଙ୍କ ଚାଟ ଶୋ’ରେ ଗ୍ଲାମରସ ଲୁକରେ ନଜର ଆସିଲେ ଜାହ୍ନବୀ ଏବଂ ଖୁସି !

35

ବଲିଉଡ ଫିଲ୍ମ ଧଡକରେ ପାଦ ଦେଇଥିବା ଜାହ୍ନବୀ କପୂର ନେହା ଧୁପିଆଙ୍କ ଚାଟ ଶୋ’ ଭୋଗ ବିଏଫଏଫର ସୁଟିଂ ପାଇଁ ମୁମ୍ବାଇର ଏକ ଷ୍ଟୁଡିଓରେ ପହଂଚିଥିଲେ । ଏହି ଶୋ ଏଥିପାଇଁ ଖାସ ଥିଲା କାରଣ ପ୍ରଥମ ଥର ଜାହ୍ନବୀ କପୂରଙ୍କ ସହ ଏହି ଶୋ’ରେ ଖୁସି କପୁର ମଧ୍ୟ ଯୋଗ ଦେଇଥିଲେ ।

ଦୁହେଁ ଏକା ଭଳି ଡ୍ରେସଅପ କରିଥିଲେ ଏବଂ ଦୁହିଁଙ୍କ ଅନ୍ଦାଜ ଖୁବ ନିଆରା ଥିଲା । ଅସଲରେ ଜାହ୍ନବୀଙ୍କ ସହ ଖୁସିଙ୍କର ଏହି ଶୋ’ରେ ନଜର ଆସିବା ଫ୍ୟାନ୍ସମାନଙ୍କ ପାଇଁ ଏକ ଟ୍ରିଟ ଠାରୁ କିଛି କମ ନୁହେଁ ।

ଜାହ୍ମବୀ ଏବଂ ଖୁସିଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହି ଚାଟ ଶୋ’ର ଅନଏୟାରକୁ ଚାହିଁ ବସିଛନ୍ତି । କିଛି ଦିନ ତଳେ ଜାହ୍ନବୀଙ୍କୁ ଡ୍ରେସଅପ ବିଷୟରେ ପଚରାଯିବାରୁ ସେ କହିଥିଲେ ତାଙ୍କ ଭଉଣୀ ସୋନମ ଏବଂ ରିୟା କପୂରଙ୍କ ଠାରୁ ମତ ନିଅନ୍ତି । କିନ୍ତୁ ଡ୍ରେସଅପ ଲୁକ କଣ ଫାଇନାଲ ତାହା ତାଙ୍କ ବାପା ସ୍ଥିର କରନ୍ତି ବୋଲି ଜାହ୍ନବୀ କହିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ ଜାହ୍ନବୀ ଧଡକ ଫିଲ୍ମ ପରେ କରଣ ଜୋହରଙ୍କ ପ୍ରଡକ୍ସନରେ ପୁଣିଥରେ ନଜର ଆସିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More